ଶ୍ରେଷ୍ଠ ବିଧାୟକ ବାଛିପାରୁନି ବିଧାନସଭା; ୯ ବର୍ଷ ହେଲା ଦିଆଯାଇନି ଶ୍ରେଷ୍ଠ ବିଧାୟକ ସମ୍ମାନ

Advertisment

ବିଧାୟକଙ୍କ ଭଲ କାମକୁ ପ୍ରଶଂସା ନାହିଁ। ନିୟମ ତିଆରି ମନ୍ଦିରରେ ପାଳନ ହେଉନି ନିୟମ। ଆମେ କହୁଛୁ, ବିଧାନସଭାରେ ଶ୍ରେଷ୍ଠ ବିଧାୟକ ସମ୍ମାନ କଥା । ଗଲା ୯ବର୍ଷ ଧରି କାହିଁକି ଓ କାହା ସ୍ବାର୍ଥରେ ଏହାକୁ ବନ୍ଦ କରି ରଖାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି

ବିଧାୟକଙ୍କ ଭଲ କାମକୁ ପ୍ରଶଂସା ନାହିଁ। ନିୟମ ତିଆରି ମନ୍ଦିରରେ ପାଳନ ହେଉନି ନିୟମ। ଆମେ କହୁଛୁ, ବିଧାନସଭାରେ ଶ୍ରେଷ୍ଠ ବିଧାୟକ ସମ୍ମାନ କଥା । ଗଲା ୯ବର୍ଷ ଧରି କାହିଁକି ଓ କାହା ସ୍ବାର୍ଥରେ ଏହାକୁ ବନ୍ଦ କରି ରଖାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି

ଶ୍ରେଷ୍ଠ ବିଧାୟକ ବାଛିପାରୁନି ବିଧାନସଭା

ଶ୍ରେଷ୍ଠ ବିଧାୟକ ବାଛିପାରୁନି ବିଧାନସଭା Photograph: (KanakNews )

କନକ ବ୍ୟୁରୋ: ବିଧାୟକଙ୍କ ଭଲ କାମକୁ ପ୍ରଶଂସା ନାହିଁ । ନିୟମ ତିଆରି ମନ୍ଦିରରେ ପାଳନ ହେଉନି ନିୟମ। ଆମେ କହୁଛୁ, ବିଧାନସଭାରେ ଶ୍ରେଷ୍ଠ ବିଧାୟକ ସମ୍ମାନ କଥା । ଗଲା ୯ବର୍ଷ ଧରି କାହିଁକି ଓ କାହା ସ୍ବାର୍ଥରେ ଏହାକୁ ବନ୍ଦ କରି ରଖାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

  • ଶ୍ରେଷ୍ଠ ବିଧାୟକ ବାଛିପାରୁନି ବିଧାନସଭା
  • ୯ ବର୍ଷ ହେଲା ଦିଆଯାଇନି ଶ୍ରେଷ୍ଠ ବିଧାୟକ ସମ୍ମାନ
  • ଶେଷଥର ପାଇଁ ୨୦୧୬ରେ ଦିଆଯାଇଥିଲା 

ନିର୍ବାଚନମଣ୍ଡଳୀର ବିକାଶ ଓ ବିଧାନସଭାରେ ଉତ୍ତମ ପ୍ରଦର୍ଶନ- ଏହି ଆଧାରରେ ବଛାଯାଏ କିଏ ପାଇବେ ଶ୍ରେଷ୍ଠ ବିଧାୟକ ସମ୍ମାନ। ହୋ-ହଲ୍ଲା, ନାରାବାଜି ଓ ବିକ୍ଷୋଭ ଭିତରେ ଗୃହ ଭିତରେ କିଏ ବେଶି ଶୃଙ୍ଖଳିତ? ସମ୍ବିଧାନର ସୁରକ୍ଷା ପାଇଁ କିଏ ପ୍ରତିଶ୍ରୁତିବଦ୍ଧ? ପ୍ରତିବର୍ଷ ଜଣେ ଲେଖାଏଁ ବିଧାୟକଙ୍କୁ ମିଳିଥାଏ ଶ୍ରେଷ୍ଠ ବିଧାୟକ ସମ୍ମାନ। ପୂର୍ବତନ ବିଧାୟକଙ୍କୁ ବି ଦିଆଯାଏ ସମ୍ମାନ। ହେଲେ ୨୦୧୬ ପରଠାରୁ ଏହି ସମ୍ମାନ ଆଉ କାହାକୁ ଦିଆଯାଉନାହିଁ। ବିଧାନସଭାରେ ଏ ପରମ୍ପରା ସବୁଦିନ ପାଇଁ ବନ୍ଦ ହୋଇଗଲା କି? ନା ଆଉ କାହାର ମନମାନି ଲାଗି ଦିଆଯାଉନି ସମ୍ମାନ? ତାକୁ ନେଇ ଉଠିଛି ପ୍ରଶ୍ନ। 

୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୭ ବର୍ଷ ଲାଗି ଏକାଥରକେ ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ମିଳିଥିଲା ସମ୍ମାନ। ଶେଷଥର ୨୦୧୮ ରେ ବସିଥିଲା ଚୟନ କମିଟି ବୈଠକ। କିନ୍ତୁ କାହିଁକି ବିଧାନସଭା ବାଚସ୍ପତି ବୀତସ୍ପୃହ ହେଲେ, ତାହା ଚର୍ଚ୍ଚାର ବିଷୟ। ଅନ୍ୟପଟେ କାରଣ ଯାହା ହେଉନା କାହିଁକି ପରମ୍ପରା ବନ୍ଦ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଚୟନ କମିଟି ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ। ବରଂ, ପ୍ରତିବର୍ଷ ଏପ୍ରିଲ୍‌ ୧ ଉତ୍କଳ ଦିବସରେ ଏହି ସମ୍ମାନ ପ୍ରଦାନ ଲାଗି ପ୍ରସ୍ତାବ ଦେଇଛନ୍ତି। 

ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରେ ବିଧାନସଭା। ପୂର୍ବତନ ବିଧାୟକଙ୍କୁ ୭୫ ହଜାର ଓ ବର୍ତ୍ତମାନର ବିଧାୟକମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳେ। କିନ୍ତୁ ନିୟମ ତିଆରି ମନ୍ଦିରରେ ଯଦି ନିୟମ ପାଳନ ହେବନି, ତେବେ କିଏ କାହାକୁ ଅଙ୍ଗୁଳି ଉଠାଇବ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe