କନକ ବ୍ୟୁରୋ :  ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ରନର ପୁରସ୍କାର ପ୍ରାପ୍ତ ପୁରସ୍କାର ପାଇଥିବା ଫୌଜା ସିଂଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଏକ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୧୧ ମସିହାରେ ଜଳନ୍ଧରର ବିଶାଲପୁର ନାମକ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜଳନ୍ଧର-ପଠାନକୋଟ୍ ରାଜପଥରେ ଏକ କାର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

Advertisment

ଏନେଇ ପଞ୍ଜାବ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ପ୍ରସିଦ୍ଧ ମାରାଥନ ଧାବକ ସର୍ଦ୍ଦାର ଫୌଜା ସିଂଙ୍କର ମୃତ୍ୟୁରେ ମୁଁ ଶୋକ ପ୍ରକାଶ କରୁଛି । ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଫୌଜା ସିଂଙ୍କ ସହ ରାଜ୍ୟପାଳଙ୍କ ଅନୁଭବକୁ ସେ ସେୟାର କରିଛନ୍ତି । 

ଫୌଜା ସିଂଙ୍କ ଜନ୍ମ ୧୯୧୧ ମସିହାରେ ପଞ୍ଜାବ ଜଳନ୍ଧରର ବିଶାଲପୁର ଗ୍ରାମରେ ହୋଇଥିଲା । ପରେ ସେ ଇଂଲଣ୍ଡ ପଳାଇଥିଲେ । ତାଙ୍କ ପାଇଁ ବୟସ କେବେ ବାଧକ ସାଜିନଥିଲା । ୮୯ ବର୍ଷ ବୟସରେ ସେ ଦୌଡକୁ ଗମ୍ଭୀରତାର ସହ ନେଇଥିଲେ । ସେ ତାଙ୍କର ପ୍ରଥମ ଦୌଡ ୨୦୦୦ ମସିହାରେ ଲଣ୍ଡନରେ ଆରମ୍ଭ କରିଥିଲେ । 

ଫୌଜା ସିଂ ଲଣ୍ଡନ, ଟୋରଣ୍ଟ ଓ ନ୍ୟୁୟର୍କରେ ୪୨ କିଲୋମିଟର ଦୌଡରେ ଭାଗ ନେଇଥିଲେ । ୫ ଘଣ୍ଟା ୪୦ ମିନଟ୍ ସମୟ ନେଇ ସେ ୪୨ କିଲୋମିଟର ଦୌଡିଥିଲେ । ଏହାସହ ସେ ମହମ୍ମଦ ଅଲ୍ଲୀଙ୍କ ଭଳି ଜଣେ ପ୍ରସିଦ୍ଧ ଖେଳାଳିଙ୍କ ସହ ଏକ ପ୍ରମୁଖ ସ୍ପୋର୍ଟସ୍ ବ୍ରାଣ୍ଡ ବିଜ୍ଞାପନରେ ଦେଖିବାକୁ ମିଳିଥିଲେ ।