କନକ ବ୍ୟୁରୋ : କଟକ ରାସ୍ତାକୁ ନେଇ ବର୍ଷିଲେ ହାଇକୋର୍ଟ । ସହରର ବିପର୍ଯ୍ୟସ୍ତ ରାସ୍ତା ସମସ୍ୟାକୁ ନେଇ କଟକ ମହାନଗର ନିଗମକୁ ତାଗିଦ କରିଛନ୍ତି । ଏକ ମାମଲାର ଶୁଣାଣି ବେଳେ ସହରରେ ରାସ୍ତା ସମସ୍ୟା ଚିନ୍ତାର ବିଷୟ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଯଥାଶୀଘ୍ର ରାସ୍ତା ମରାମତି କାମ କରିବାକୁ ତାଗିଦ କରିଛନ୍ତି ।
ଦୀର୍ଘ ଦିନ ଧରି କଟକ ରାସ୍ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ କଟକବାସୀଙ୍କ ମଧ୍ୟରେ ମଧ୍ୟ ଏନେଇ ଅସନ୍ତୋଷ ଦେଖାଦେଇଛି । ଆଗକୁ ଦୁର୍ଗାପୂଜା ଥିବା ବେଳେ ରାସ୍ତାଘାଟର ଏଭଳି ଅବସ୍ଥା ନେଇ ଚିନ୍ତାରେ ସମସ୍ତ ପୂଜା କମିଟି । ତେବେ ଅନେକ ସ୍ଥାନରେ ରାସ୍ତାରେ ମରାମତି ବଦଳରେ ପ୍ୟାଚ୍ ପକାଯାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/R1Q3mjigBoddFkXGKLhv.jpg)