କନକ ବ୍ୟୁରୋ: ‘ନାନୋ’ର ମହାନାୟକ । ନାନୋ କାର୍ ନିର୍ମାଣ କରାଇ ଦେଶରେ ଆଣିଥିଲେ ନାନୋ ବିପ୍ଳବ । ମଧ୍ୟବିତ୍ତ ଲୋକଙ୍କ ମନରେ ଭରିଦେଇଥିଲେ ଆଶା, ସାକାର କରିଥିଲେ ସେମାନଙ୍କ ଆଖିର ସ୍ୱପ୍ନକୁ ।
ଟାଟା ନାନୋ ପ୍ରଥମେ ଦିଲ୍ଲୀରେ ୨୦୦୮ ଅଟୋ ଏକ୍ସପୋ’ରେ ପ୍ରଦର୍ଶିତ ହୋଇଥିଲା, ଏହା ଏକ ଛୋଟ କାର ଥିଲା । ଏହା ସେହି ପରିବାରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁମାନେ ମଟରସାଇକେଲ ଦରରେ କାର କିଣିବାକୁ ଚାହୁଁଥିଲେ ।
୨୦୦୯ରେ ଟାଟା ମୋଟର୍ସ ‘ନାନୋ’ କାର୍ ଲଞ୍ଚ କରିଥିଲା:
‘ନାନୋ’ କାର୍ ଥିଲା ଦେଶର ସବୁଠାରୁ ଶସ୍ତା କାର।
ଏହି କାରର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା
ଖବରକାଗଜଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ନାନୋ ବିଜ୍ଞାପନ କୌତୁହଳ ସୃଷ୍ଟି କରୁଥିଲା ।
ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ଏହି କାର
କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ ।
ଟାଟା ନାନୋର ମାଇଲେଜ ଲିଟର ପିଛା ପାଖାପାଖି ୨୨ରୁ ୨୪ କିଲୋମିଟର ଥିଲା ।
ମାନୁଆଲ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ପାଖାପାଖି ୨୩.୯ କିଲୋମିଟର ପ୍ରତି ଲିଟର ଥିଲା ।
ଅଟୋମେଟିକ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ୨୧.୯ କିଲୋମିଟର ପ୍ରତି ଲିଟର ଥିଲା ।
ସିଏନଜି ଭ୍ୟାରିଏଣ୍ଟର ମାଇଲେଜ ୩୬ କିଲୋମିଟର ପ୍ରତି କିଲୋଗ୍ରାମ ଥିଲା ।
ପ୍ରାରମ୍ଭିକ ସଫଳତା ପରେ ନାନୋ କାର ବହୁ ସମାଲୋଚନାର ଶିକାର ହୋଇଥିଲା ।
ଅବଶ୍ୟ କିଛି ନାନୋ କାରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିବା ପରେ ଏହାର ଉତ୍ପାଦକୁ ବନ୍ଦ କରିଦିଆଯାଇଥିଲା ।