ପହଲଗାମ୍‌ ଆକ୍ରମଣ ପଛରେ ପାକିସ୍ତାନ ହାତ ଥିବା ସ୍ପଷ୍ଟ ହେବା ପରେ ଏକା ପଡିଗଲା ପଡୋଶୀ, ଭାରତ ସପକ୍ଷରେ ଆମେରିକା, ଋଷ୍‌, ଇସ୍ରାଏଲ ଓ ୟୁରୋପୀୟ ସଂଘ

Advertisment

କୁଏତ୍, ସାଉଦି ଆରବ, ଆଫଗାନିସ୍ତାନ ଭଳି ମୁସଲିମ ଦେଶ ବି ଜଣାଇଲା ଭାରତକୁ ସମର୍ଥନ

କୁଏତ୍, ସାଉଦି ଆରବ, ଆଫଗାନିସ୍ତାନ ଭଳି ମୁସଲିମ ଦେଶ ବି ଜଣାଇଲା ଭାରତକୁ ସମର୍ଥନ

ଏକା ପଡିଗଲା ପାକିସ୍ତାନ

ଏକା ପଡିଗଲା ପାକିସ୍ତାନ Photograph: (kanakNews)

କନକ ବ୍ୟୁରୋ : ପହଲଗାମ୍‌ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନ ଥିବା ସ୍ପଷ୍ଟ ହେବା ପରେ ଏକାକୀ ପଡିଯାଇଛି ପଡ଼ୋଶୀ । ଭାରତ ସପକ୍ଷରେ ବାହାରିବା ସହ ଆମେରିକା, ଋଷ୍‌, ଇଂଲଣ୍ଡ, ଇସ୍ରାଏଲ ଆତଙ୍କୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଆକ୍ରମଣକୁ ନିନ୍ଦା କରାଯାଇଛି । ଏପରିକି କୁଏତ୍, ସାଉଦି ଆରବ, ଆଫଗାନିସ୍ତାନ ଭଳି ମୁସ୍‌ଲିମ ଦେଶ ମାନେ ଭାରତ ସପକ୍ଷରେ ବାହାରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପାକ୍‌ ।

ଏପରି ସମୟରେ ଚୀନ୍ ଏବଂ ଋଷର ଶରଣ ପଶିଛି ପାକିସ୍ତାନ । ଭାରତ-ପାକିସ୍ତାନ ବିବାଦରେ ହସ୍ତକ୍ଷେପ କରିବାକୁ ଜିନ୍‌ପିଙ୍ଗ ଓ ପୁଟିନଙ୍କ ସହ ପାଶ୍ଚାତ୍ୟ ଦେଶଙ୍କୁ ଅନୁରୋଧ କରିଛି ପାକିସ୍ତାନ । ଆକ୍ରମଣ ପଛରେ କାହାର ଭୂମିକା ରହିଛି, କିଏ ପ୍ରକୃତ ଅପରାଧୀ ତାହା ଉପରେ ତଦନ୍ତ କରିବାକୁ ଅନୁରୋଧ କରିଛି ପାକିସ୍ତାନ । ଭାରତ ଅବା ମୋଦୀ ମିଛ କହୁଛନ୍ତି ନା ସତ କହୁଛନ୍ତି ତାର ତଦନ୍ତ କରିବାକୁ ଦାବି କରିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିମ୍ ସତ୍ୟକୁ ସାମ୍ନାକୁ ଆଣିବାକୁ ପାକିସ୍ତାନ ଚୀନ୍‌, ଋଷ ଓ ପାଶ୍ଚାତ୍ୟ ଦେଶଙ୍କୁ ଅନୁରୋଧ କରିଛି । ଫାଙ୍କା ଭାଷଣରୁ କିଛି ନାହିଁ । ପହଲଗାମ୍‌ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କ’ଣ ପ୍ରମାଣ ଅଛି ଏବଂ ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ପଛରେ ପାକିସ୍ତାନ ଥିବାର କ’ଣ ପ୍ରମାଣ ଅଛି ଦେବାକୁ ଦାବି କରିଛି ପାକ୍ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe