କନକ ବ୍ୟୁରୋ : ପହଲଗାମ୍‌ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନ ଥିବା ସ୍ପଷ୍ଟ ହେବା ପରେ ଏକାକୀ ପଡିଯାଇଛି ପଡ଼ୋଶୀ । ଭାରତ ସପକ୍ଷରେ ବାହାରିବା ସହ ଆମେରିକା, ଋଷ୍‌, ଇଂଲଣ୍ଡ, ଇସ୍ରାଏଲ ଆତଙ୍କୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଆକ୍ରମଣକୁ ନିନ୍ଦା କରାଯାଇଛି । ଏପରିକି କୁଏତ୍, ସାଉଦି ଆରବ, ଆଫଗାନିସ୍ତାନ ଭଳି ମୁସ୍‌ଲିମ ଦେଶ ମାନେ ଭାରତ ସପକ୍ଷରେ ବାହାରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପାକ୍‌ ।

Advertisment

ଏପରି ସମୟରେ ଚୀନ୍ ଏବଂ ଋଷର ଶରଣ ପଶିଛି ପାକିସ୍ତାନ । ଭାରତ-ପାକିସ୍ତାନ ବିବାଦରେ ହସ୍ତକ୍ଷେପ କରିବାକୁ ଜିନ୍‌ପିଙ୍ଗ ଓ ପୁଟିନଙ୍କ ସହ ପାଶ୍ଚାତ୍ୟ ଦେଶଙ୍କୁ ଅନୁରୋଧ କରିଛି ପାକିସ୍ତାନ । ଆକ୍ରମଣ ପଛରେ କାହାର ଭୂମିକା ରହିଛି, କିଏ ପ୍ରକୃତ ଅପରାଧୀ ତାହା ଉପରେ ତଦନ୍ତ କରିବାକୁ ଅନୁରୋଧ କରିଛି ପାକିସ୍ତାନ । ଭାରତ ଅବା ମୋଦୀ ମିଛ କହୁଛନ୍ତି ନା ସତ କହୁଛନ୍ତି ତାର ତଦନ୍ତ କରିବାକୁ ଦାବି କରିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିମ୍ ସତ୍ୟକୁ ସାମ୍ନାକୁ ଆଣିବାକୁ ପାକିସ୍ତାନ ଚୀନ୍‌, ଋଷ ଓ ପାଶ୍ଚାତ୍ୟ ଦେଶଙ୍କୁ ଅନୁରୋଧ କରିଛି । ଫାଙ୍କା ଭାଷଣରୁ କିଛି ନାହିଁ । ପହଲଗାମ୍‌ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କ’ଣ ପ୍ରମାଣ ଅଛି ଏବଂ ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ପଛରେ ପାକିସ୍ତାନ ଥିବାର କ’ଣ ପ୍ରମାଣ ଅଛି ଦେବାକୁ ଦାବି କରିଛି ପାକ୍ ।