କନକ ବ୍ୟୁରୋ : ଇରାନ-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବିଶ୍ବଯୁଦ୍ଧର ରୂପ ନେବା ନେଇ ଦେଖାଦେଇଛି ଆଶଙ୍କା । ଆମେରିକାର ଏଣ୍ଟ୍ରି ପରେ ଏବେ ନିଜ ସମର୍ଥନରେ ମୁସଲିମ୍ ଦେଶମାନଙ୍କୁ ଏକାଠି କରୁଛି ଇରାନ  । ଏବେ ମିସାଇଲ ଓ ବୋମାମାଡ଼ କରି ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ ବିଭିନ୍ନ ଦେଶ । ଯଦି ଏବେଠୁ ଏହାର ସମାଧାନ ନ ହୁଏ ତେବେ ତୃତୀୟ ବିଶ୍ବଯୁଦ୍ଧ ଦେଖିବେ ବିଶ୍ବବାସୀ । ତେବେ ନଜର ପକାନ୍ତୁ କେଉଁ କେଉଁ ଦେଶ ମଧ୍ୟରେ ହେବ ଲଢ଼େଇ ? କାହା ସପକ୍ଷରେ ବାହାରିବେ କେଉଁ ଦେଶ ?

Advertisment

ଯୁଦ୍ଧ ମୁହାଁ ବିଶ୍ବ
ମହାଯୁଦ୍ଧର ରୂପ ନେଇପାରେ ଇରାନ-ଇସ୍ରାଏଲ ଲଢ଼େଇ
ଇସ୍ରାଏଲ ସପକ୍ଷରେ ଅଛନ୍ତି ୫ଟି ଦେଶ
ଇସ୍ରାଏଲକୁ ମିଳିଛି ଆମେରିକାର ସମର୍ଥନ
ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ବାଇଡେନ ସରକାର
ଜୋର୍ଡାନ, ୟୁଏଇ ଓ ସାଉଦି ଆରବର ସମର୍ଥନ
ଇରାନକୁ ମିଳିଛି ୭ଟି ଦେଶର ସମର୍ଥନ
ଲେବାନନ ପାଇଁ ଏକାଠି ହେବାକୁ ଆହ୍ବାନ କରିଛି ଇରାନ
ଇରାନ ସପକ୍ଷରେ କତ୍ତର, ସିରିୟା, ଇରାକ, ୟମନ, ତୁର୍କୀ ଓ ଫିଲିସ୍ତିନ

ଇରାନ-ଇସ୍ରାଏଲ ମଧ୍ୟରେ ତିକ୍ତତାକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଇରାନର ଆକ୍ରମଣ ପରେ ବୈଦେଶୀକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୁରୁତ୍ବପୂଣ୍ଣର୍ ବୈଠକ ଡାକିଛନ୍ତି । ଅନ୍ତର୍ଜାତୀୟ ନିୟମ ପାଳନ ସହ ସାଧାରଣ ଲୋକଙ୍କୁ କ୍ଷତି ନପହଞ୍ଚାଇବାକୁ ସେ ଅପିଲ କରିଛନ୍ତି । ଉଭୟ ଦେଶମଧ୍ୟରେ ମହାଯୁଦ୍ଧ ଆଶଙ୍କା ଥିବାରୁ ଇସ୍ରାଏଲ ଓ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାନ ନମ୍ବର ଜାରି ହୋଇଛି । ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଲେବାନନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ବର ଦୁଇ ମହାଶକ୍ତି । ସୈନ୍ୟ ଶକ୍ତିରେ ଇରାନ ୧୪ତମ ସ୍ଥାନରେ ଥିବା ବେଳେ ଇସ୍ରାଏଲ ୧୭ ତମ ସ୍ଥାନରେ ରହିଛି । ତେବେ ଉଭୟ ଦେଶ ସପକ୍ଷରେ ଆମେରିକା ସମେତ ଅନ୍ୟ ଦେଶମାନେ ଯୁଦ୍ଧକୁ ବାହାରିବାକୁ ପ୍ରସ୍ତୁତ ହେଉଥିବାରୁ ଏହା ମହାଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।