କନକ ବ୍ୟୁରୋ: ଲେବାନନରେ ବଡ଼ ଧରଣର ସିରିଜ ବିସ୍ଫୋରଣ। ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୪ ହଜାରରୁ ଅଧିକ ଲୋକ ଆହତ ହେଇଥିବା ସୂଚନା। ଏଥିରେ ଅଧିକାଂଶ ହିଜବୁଲ୍ଲାର ସେନା ଓ ସ୍ବାସ୍ଥ୍ୟକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ଭୟାବହ ଦୁର୍ଘଟଣାରେ ଇରାନର ରାଷ୍ଟ୍ରଦୂତ ମୋଜିତବା ଅମାନୀ ମଧ୍ୟ ଆହତ ହୋଇଛନ୍ତି। ବିସ୍ପୋରଣ ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରୁଛି ହିଜବୁଲ୍ଲା। ଆକ୍ରମଣ ପରେ ଲେବାନନ ସରକାର ସମସ୍ତଙ୍କୁ ନିଜ ପାଖରେ ଥିବା ପେଜର ଗୁଡ଼ିକୁ ଫିଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେଜର ବ୍ୟତୀତ ରେଡିଓ ଓ ଟ୍ରାନ୍ସମିଟର ମଧ୍ୟ ବିସ୍ପୋରଣ ହୋଇଥିବା ନେଇ ସୂଚନା ମିଳିଛି। ଏହି ସିରିଜ୍ ବିସ୍ଫୋରଣ ଦକ୍ଷିଣ ଲେବାନନ ଓ ରାଜଧାନୀ ବେରୁତ ସମେତ ଅନେକ ସ୍ଥାନରେ ହୋଇଛି। 

Advertisment

ବିସ୍ଫୋରଣରେ ଥରିଛି ଲେବାନନ

  • ହିଜବୁଲ୍ଲାର ସଦସ୍ୟଙ୍କୁ ଟାର୍ଗେଟ କରି ଆକ୍ରମଣ
  • ଏମାନେ ବ୍ୟବହାର କରୁଥିବା ଶତାଧିକ ପେଜର ଏକାଥରେ ବିସ୍ଫୋରଣ ହୋଇଛି
  • ହିଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର
  • ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ଦ୍ୱାରା କଥାବାର୍ତ୍ତା ହୁଅନ୍ତି
  • ଏହି ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି
  • ବିସ୍ଫୋରଣ ଯୋଗୁ ମାର୍କେଟ କମ୍ପ୍ଲେକ୍ସ ଠାରୁ ଆରମ୍ଭ କରି ପରିବା ମାର୍କେଟ ଦୋହଲି ଯାଇଛି
  • ଲେବାନନରେ  ଇରାନର ଆମ୍ବାସାଡର ମୋଜତାବା ଅମାନି ମଧ୍ୟ ଆହତ

ତେବେ ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୫ରେ ଏହି ବିସ୍ପୋରଣ ହୋଇଛି। କୁହାଯାଉଛି, ଗୋଟିଏ ପରେ ଗୋଟିଏ ସହରରେ ଏହି ବିସ୍ପୋରଣ ହୋଇଛି ଏବଂ ଏକ ଘଣ୍ଟା ଭିତରେ ସହରରେ ଦଳଚକଟା ଭଳି ସ୍ଥିତି ଉପୁଜିଥିଲା। ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ୍ ଗେଜେଟ୍ ପେଜରରେ ହୋଇଛି ଏହି ବିସ୍ଫୋରଣ।  ଗତ ଅକ୍ଟୋବର ୭ ତାରଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲରେ ବୋମାମାଡ କରାଯାଇଥିଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଏଭଳି ଆକ୍ରମଣ କରିଥିବା କୁହାଯାଉଛି। 

କ’ଣ ଏହି ପେଜର ବିସ୍ଫୋରଣ?

  • ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ
  • ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ
  • ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ
  • ହିଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର
  • ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ବ୍ୟବହାର କରନ୍ତି
  • ଏବେ ଉକ୍ତ ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି
  • ଏକାକଳୀନ ବିସ୍ଫୋରଣରେ ଲେବାନନ ଥରହର ହୋଇଛି
  • ହିଜବୁଲ କିଛି ମାସ ପୂର୍ବରୁ ତାଇୱାନର ଏକ କମ୍ପାନୀକୁ ୫୦୦୦ ପେଜର୍‌ ଅର୍ଡର କରିଥିଲା
  • ପେଜର୍‌ ଭିତରେ କେବଳ ୩ ଗ୍ରାମ ବିସ୍ଫୋରକ ଲୁଚାଇ ରଖାଯାଇଥିଲା