କନକ ବ୍ୟୁରୋ : ଏମିତି ଏକ ଦେଶ ଯିଏକି ଏଯାଏଁ ବାଛିପାରି ନାହିଁ ତାର ରାଷ୍ଟ୍ରପତି । ଲେବାନନ ରେ ଦୁଇ ବର୍ଷରେ ୧୨ ଥର ନିର୍ବାଚନ ହୋଇ ସାରିଲାଣି କିନ୍ତୁ ସର୍ତ୍ତ ଏପରି ରଖା ଯାଇଛି ଯେ ଯେଉଁ କାରଣରୁ ରାଷ୍ଟ୍ରପତି ନିର୍ବାଚିତ ହୋଇପାରୁନାହାଁନ୍ତି । ଆଜି ମଧ୍ୟ ସଂସଦରେ ପୁଣି ପ୍ରୟାଶ କରାଯାଇଥିଲା ।
ପ୍ରଥମ ରାଉଣ୍ଡ ଭୋଟିଂରେ ଲେବାନନ ଆର୍ମି କମାଣ୍ଡର ଜୋସେଫ ଔନ୍ ଙ୍କୁ ଭୋଟ୍ ମିଳିଥିଲା । କିନ୍ତୁ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ ହୋଇପାରି ନଥିଲେ । ୧୨୮ ସଦସ୍ୟ ବିଶିଷ୍ଟ ସଂସଦରେ ତାଙ୍କୁ ୭୧ ଭୋଟ୍ ମିଳିଥିଲା । ବାଚସ୍ପତି ଅଧିବେଶନକୁ ଦୁଇଘଣ୍ଟା ପାଇଁ ସ୍ଥଗିତ କରିବା ପରେ ପୁଣି ପୁନର୍ବାର ମତଦାନର ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହି ନିର୍ବାଚନ ପୁର୍ବରୁ ୨୦୨୨ ଅକ୍ଟୋବରରେ ରାଷ୍ଟ୍ରପତି ମିଶେଲ ଔନ୍ଙ୍କ କାର୍ଯ୍ୟକାଳ ସମାପ୍ତ ହୋଇସାରିଛି । ଲେବାନନର ସମ୍ବିଧାନିକ ସର୍ତ୍ତ ଏହା ଯେ, ବିଜେତା ଙ୍କୁ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ମିଳିବା ଆକଶ୍ୟକ । ଯେଉଁଥିପାଇଁ କି ସେବେଠାରୁ ଏପର୍ଯ୍ୟନ୍ତ ୧୨ ଥର ପ୍ରୟାସ ସରିଲାଣି କିନ୍ତୁ ଚୟନ ହେଇପାରୁନାହାଁନ୍ତି ରାଷ୍ଟ୍ରପତି। ଆଉ ସେଥିପାଇଁ ରାଷ୍ଟ୍ରପତି ପଦ ଖାଲି ପଡିଛି ।