କନକ ବ୍ୟୁରୋ : ସୋମବାରଠୁ ହିଜବୁଲାକୁ ଟାର୍ଗେଟ କରି ଆକ୍ରମଣକୁ ଅଧିକ ଜୋରଦାର କରିଛି ଇସ୍ରାଏଲ  । ହିଜବୁଲ୍ଲାକୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରିଥିବା ଇସ୍ରାଏଲ ସେନା ଘନଘନ ଆକ୍ରମଣ ଜାରି ରଖିଛି । କେଉଁଠି ରକେଟ ମାଡ ତ ପୁଣି କେଉଁଠି ମିଜାଇଲରେ ଆକ୍ରମଣ । ଏବେ ସୁଦ୍ଧା ଆତଙ୍କୀ ସଂଗଠନ ୧୬ଶହରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି ଆଇଡିଏଫ । ଘଟଣାରେ ଏବେ ସୁଦ୍ଧା ୫ଶହର ଅଧିକ ମୃତ୍ୟୁ ସହ ହଜାର ସଂଖ୍ୟକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନଜର ପକାଇବା ଆଉ କିଛି  ଘଟଣାକ୍ରମ ଉପରେ । ଯାହାକୁ ନେଇ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି ।

Advertisment

ଇସ୍ରାଏଲର ଅପରେସନ ‘ନର୍ଦନ ଏରୋଜ’ 
ହିଜବୁଲ୍ଲାକୁ ମୂଳପୋଛ କରିବାକୁ ଇସ୍ରାଏଲର ପ୍ରତିଜ୍ଞା
ହିଜବୁଲ୍ଲାର ମିଜାଇଲ ଲଂଚି ଠିକଣା ଧ୍ବଂସ
୧୬ଶହ ଠିକଣାରେ ରକେଟ ମାଡ଼
ମାଟିରେ ମିଶିଛି ଅଣ୍ଡରଗ୍ରାଉଣ୍ଡ ଠିକଣା
ସବୁଠୁ ଅଧିକ କ୍ଷତିଗସ୍ତ ଦକ୍ଷିଣ ଲେବାନନ୍
ପଶ୍ଚିମ ଏସିଆକୁ ଅତିରକ୍ତି ସେନା ପଠାଇବ ଆମେରିକା
୪୦ହଜାର ସେନା ପଠାଇବ ପେଂଟାଗନ
ଲେବାନନକୁ ଅନେକ ରାଷ୍ଟ୍ର ବିମାନ ଚଳାଚଳ ବନ୍ଦ କରିଛନ୍ତି
ଇସ୍ରାଏଲକୁ ଇରାନର ଧମକ

ସୂଚନା ଅନୁସାରେ ବିଗତ ୧୮ବର୍ଷ ଭିତରେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଲେବାନନ । ୨୦୦୬ ମସିହାରେ ହିଜବୁଲାକୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରିଥିଲା ଇସ୍ରାଏଲ । ଆଉ ଏବେ ସେହି ସମାନ ସ୍ଥିତିରେ ଥରହର ଲେବାନନ । ସେପଟେ ଇସ୍ରାଏଲକୁ ହିଜବୁଲ୍ଲା ଜବାବ ଦେଉଛି ।

ଲେବାନନରେ ହିଜବୁଲ୍ଲାର ଆଡ୍ଡା 
ଲେବାନନରେ ଆଡ୍ଡ ଜମାଇଛି ହିଜବୁଲ୍ଲା
୨ଲକ୍ଷ ଆତଙ୍କୀ, ୨ହଜାରରୁ ଅଧିକ ଠିକଣା
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ
ଇରାନର ୫୦ହଜାର ଆତଙ୍କୀ ସଂଗଠନରେ ସକ୍ରିୟ

ଆକ୍ରମଣ ପ୍ରତିଆକ୍ରମଣରେ ଲେବାନନରେ କେବଳ ହିଜବୁଲ୍ଲା ଆତଙ୍କୀ ନିହତ ହେଉ ନାହାଁନ୍ତି ବଂର ନିରୀହ ଲୋକଙ୍କ ଜୀବନ ଯାଉଛି । ଏହି ସମୟରେ ଲେବାନନ ବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ।ବେଂଜାମିନଙ୍କ ବୟାନ—
ଲେବାନନବାସୀଙ୍କୁ ବେଞ୍ଜାମିନଙ୍କ ବାର୍ତ୍ତା
ଇସ୍ରାଏଲର ଶତ୍ରୁ କେବଳ ହିଜବୁଲ୍ଲା,ଲେବାନନବାସୀ ନୁହଁନ୍ତି
ଲେବାନନବାସୀଙ୍କୁ ଢ଼ାଲ କରିଛି ହିଜବୁଲ୍ଲା
ନିରୀହ ଲୋକଙ୍କ ଜୀବନ ନେଉଛି ଆତଙ୍କୀ
ସଂଗଠନ ନିକଟବର୍ତ୍ତୀ ଅଂଚଳ ତୁରନ୍ତ ଖାଲି କରନ୍ତୁ 
ହିଜବୁଲ୍ଲା ମାଟିରେ ମିଶିବା ପରେ ନିଜ ଘରକୁ ଫେରିବେ

୧୭ ସେପ୍ଟେମ୍ବର ।ଲେବାନନରେ ପେଜର ଡିଭାଇସ ବିସ୍ଫୋରଣ ଘଟଣା ।ଏଠାରୁ ହିଁ ତ୍ରୀବ ହୋଇଛି ହିଜବୁଲ୍ଲା ଓ ଇସ୍ରାଏଲର ପୁରୁଣା ବିବାଦ । ୧୮ ସେପ୍ଟେମ୍ବରରେ ୱାକିଟକି ବିସ୍ପୋରଣରେ ରକ୍ତମୁଖା ହୋଇପଡିଛି ହିଜବୂଲ୍ଲା ।ଇସ୍ରାଏଲକୁ ଦାୟୀ କରିବା ସହ ଆକ୍ରମଣ କରିଥିଲା ବାସ ଏଠାରୁ ହିଁ ପ୍ରତିଶୋଧ ପରାୟଣ ଇସ୍ରାଏଲ ୨୦ରେ ୭୦ ମିସାଇଲ ଆକ୍ରମଣରେ ୪୫ ଜଣଙକକ ମୃତ୍ୟୁ , ୩୨୧ ରେ ୪ଶହ ମିସାଇଲ ଆକ୍ରମଣରେ ୧୪ଜଣଙ୍କ ମୃତ୍ୟୁ, ୨୨ରେ ୧୫୦ ମିସାଇଲ ଆକ୍ରମଣରେ ୨୩  ଆହ ଆଉ ଏବେ ୧୬ଶହ ଠିକଣାରେ ୫ଶହରୁ ଅଧିକଙ୍କ ମୃତ୍ୟୁ