ଜିନ୍ନତକୁ ଶିମିଳିପାଳ ଛାଡ । ଏନଟିସିଏର ନିର୍ଦ୍ଦେଶ

ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ଏନଟିସିଏ । ଓଡିଶା ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନ୍ ଏନେଇ ଚିଠି ଲେଖିଛନ୍ତି । 

JINNAT 33

Photograph: (google)

କନକ ବ୍ୟୁରୋ : ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ଏନଟିସିଏ । ଓଡିଶା ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନ୍ ଏନେଇ ଚିଠି ଲେଖିଛନ୍ତି । 

ଚିଠିରେ ଉଲ୍ଲେଖ କରି କହିଛନ୍ତି, ବନ୍ୟ ପ୍ରାଣୀ ଆଇନ୍ ଅନୁସାରେ ତୁରନ୍ତ ଶିମିଳିପାଳ ପଠାନ୍ତୁ । ଏନଟିସିଏ ଏସଓପି ଅନୁସାରେ ଜିନ୍ନତକୁ ଶିମିଳିପାଳ ପଠାଇ ଦିଅନ୍ତୁ । ଏବଂ କାହିଁକି ଅଲିପୁର ଚିଡିଆଖାନାକୁ ନିଆଗଲା ସେନେଇ କାରଣ ଦର୍ଶାନ୍ତୁ ବୋଲି ଚିଠିରେ କୁହାଯାଇଛି । ବହୁ ନାକେଦମ୍ ପରେ ଟ୍ରାଙ୍କୁଲାଇଜ୍ ହୋଇଛି ବାଘୁଣୀ ଜିନ୍ନତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe