ଦୈନିକ ୧୦ହଜାର ଷ୍ଟେପ୍‌ ଚାଲିବା ଜରୁରୀ କି ? କଣ କହୁଛି ଅଧ୍ୟୟନ ଜାଣନ୍ତୁ

Advertisment

ଅଧ୍ୟୟନ କହୁଛି ଦୈନିକ ୧୦ହଜାର ଷ୍ଟେପ୍‌ ଚାଲିବା ଜରୁରୀ ନୁହେଁ

ଅଧ୍ୟୟନ କହୁଛି ଦୈନିକ ୧୦ହଜାର ଷ୍ଟେପ୍‌ ଚାଲିବା ଜରୁରୀ ନୁହେଁ

ଦୈନିକ ୧୦ହଜାର ଷ୍ଟେପ୍‌ ଚାଲିବା ଜରୁରୀ କି

ଦୈନିକ ୧୦ହଜାର ଷ୍ଟେପ୍‌ ଚାଲିବା ଜରୁରୀ କି Photograph: (KanakNews)

କନକ ବ୍ୟୁରୋ:  ପ୍ରତ୍ୟକ ଦିନ  ୧୦ ହଜାର ଷ୍ଟେପ୍‌  ଚାଲିବା  ଜରୁରୀ କି ?  କଣ କହୁଛନ୍ତି ବୈଜ୍ଞାନିକ  ? ଅନେକ ଦିନ ଧରି ଏକ ଧାରଣା ରହିଆସିଛି ଯେ ସୁସ୍ଥ ରହିବା ପାଇଁ ଦୈନିକ ୧୦,୦୦୦ ଷ୍ଟେପ୍‌  ଚାଲିବା ଆବଶ୍ୟକ। କିନ୍ତୁ, ନିକଟରେ ହୋଇଥିବା ନୂଆ  ଅଧ୍ୟୟନରୁ ଏହି ଧାରଣାକୁ ପରିବର୍ତ୍ତନ କରାଯାଇଛି ।  ବୈଜ୍ଞାନିକମାନଙ୍କ ମତରେ, ସୁସ୍ଥ ରହିବା ପାଇଁ  ୧୦,୦୦୦  ଷ୍ଟେପ୍‌  ଚାଲିବା  ବାଧ୍ୟତାମୂଳକ ନୁହେଁ, ଏହାଠାରୁ କମ୍ ପାଦ ଚାଲିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ମିଳିପାରି  ।  ଯଦି ଆମେ ୧୦ ହଜାର ନଚାଲି ୭ ହଜାର ଚାଲୁଛନ୍ତି ହାର୍ଟ ଡିଜିଜ୍‌,  ଡିପ୍ରେସନ ଏବଂ ଡାଇବେଟିସ୍‌ ର ବିପଦ ଅଧା କମି ଯାଇଥାଏ ।  

ବିଜ୍ଞାନ କ'ଣ କହୁଛି?
ନିକଟରେ "ଦି ଲାନସେଟ୍ ପବ୍ଲିକ୍ ହେଲ୍ଥ" ପତ୍ରିକାରେ ପ୍ରକାଶିତ ଏକ ବଡ଼ ଧରଣର ଅଧ୍ୟୟନ ଅନୁଯାୟୀ, ଦୈନିକ ୭,୦୦୦ ପାଦ ଚାଲିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିଥାଏ । ଯେଉଁମାନେ ଦୈନିକ ପ୍ରାୟ ୨ହଜାର ପାଦ ଚାଲନ୍ତି, ସେମାନଙ୍କ ତୁଳନାରେ ୭,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିମ୍ନଲିଖିତ ସୁଫଳ ଦେଖିବାକୁ ମିଳିଥିଲା:
ଅକାଳ ମୃତ୍ୟୁର ଆଶଙ୍କା ୪୭% କମ୍  ।
ହୃଦ୍‌ରୋଗର ଆଶଙ୍କା ୨୫% କମ୍ ।
ଡିମେନ୍ସିଆ (ସ୍ମୃତିଶକ୍ତି ହ୍ରାସ) ଆଶଙ୍କା ୩୮% କମ୍ ।
ଡିପ୍ରେସନ ବା ଅବସାଦର ଆଶଙ୍କା ୨୨% କମ୍ । 
ଏପରିକି ଯେଉଁମାନେ ଦୈନିକ ୨,୦୦୦ ପାଦରୁ ବଢ଼ାଇ ୪,୦୦୦ ପାଦ ଚାଲନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅକାଳ ମୃତ୍ୟୁର ଆଶଙ୍କା ୩୬% ପର୍ଯ୍ୟନ୍ତ କମିଯାଏ । 

ବୟସ ଅନୁସାରେ କେତେ ଚାଲିବା ଦରକାର?
ବିଶେଷଜ୍ଞଙ୍କ ମତରେ, ଚାଲିବାର ଲକ୍ଷ୍ୟ ବୟସ ଅନୁସାରେ ଭିନ୍ନ ହୋଇପାରେ:
୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି: ସର୍ବାଧିକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୈନିକ ୮,୦୦୦ରୁ ୧୦,୦୦୦ ପାଦ ଚାଲିବା ଉଚିତ୍। 
୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି: ଏହି ବୟସରେ ଦୈନିକ ୬,୦୦୦ରୁ ୮,୦୦୦ ପାଦ ଚାଲିଲେ ମଧ୍ୟ ସମାନ ସୁଫଳ ମିଳିଥାଏ । 

ନିୟମିତ ଚାଲିବାରେ କଣ ଲାଭ
ମାଂସପେଶୀ ଓ ଗଣ୍ଠି ସୁସ୍ଥ ରହେ: ଚାଲିବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଏବଂ ଗଣ୍ଠିଗୁଡ଼ିକ ସଚଳ ରହେ । 
ରକ୍ତ ସଞ୍ଚାଳନରେ ଉନ୍ନତି:  ନିୟମିତ ଚାଲିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ। 
ମାନସିକ ସ୍ୱାସ୍ଥ୍ୟ: ଚାଲିବା ଦ୍ୱାରା ମୁଡ୍ ଭଲ ରହେ ଏବଂ ଚିନ୍ତା ଓ ଅବସାଦ କମିଥାଏ। 
ଓଜନ ନିୟନ୍ତ୍ରଣ: ଦ୍ରୁତ ଗତିରେ ଚାଲିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । 
ଯଦି ଆପଣ ଦୈନିକ ୧୦,୦୦୦ ପାଦ ଚାଲିପାରୁ ନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କ ଲକ୍ଷ୍ୟ ୭,୦୦୦ ରୁ ୮,୦୦୦ ପାଦ ଚାଲିବା ମଧ୍ୟରେ ରଖିପାରିବେ ।  ଯଦି ଆପଣ ପୂର୍ବରୁ ଅଧିକ ଚାଲୁନାହାନ୍ତି, ତେବେ ଧୀରେ ଧୀରେ ଆରମ୍ଭ କରନ୍ତୁ । ପ୍ରତିଦିନ କିଛି ଅଧିକ ପାଦ ଚାଲିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ, କିଛି ନ କରିବା ଅପେକ୍ଷା କିଛି ଚାଲିବା ସବୁବେଳେ ଭଲ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe