ହୋଲି ପୂର୍ବରୁ ବଢିଲା ସୁନା ଦର,  ଜାଣନ୍ତୁ ଆଜି ଭୁବନେଶ୍ବରରେ ସୁନାର ମୂଲ୍ୟ ..

Advertisment

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ , ଜାଣନ୍ତୁ ଆଜି ଭୁବନେଶ୍ବରରେ ସୁନାର ମୂଲ୍ୟ .. 

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ , ଜାଣନ୍ତୁ ଆଜି ଭୁବନେଶ୍ବରରେ ସୁନାର ମୂଲ୍ୟ .. 

ହୋଲି ପୂର୍ବରୁ ବଢିଲା ସୁନା ଦର

ହୋଲି ପୂର୍ବରୁ ବଢିଲା ସୁନା ଦର Photograph: (Google)

କନକବ୍ୟୁରୋ : ହୋଲି ପୂର୍ବରୁ ବଢିଲା ସୁନା ଦର । ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି। ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୮,୫୮୦ ଟଙ୍କା‌ରେ ପହଞ୍ଚିଛି। ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧୨୦୦ ଟଙ୍କା ହୋଇଛି । ଗତକାଲି ତୁଳନାରେ ସୁନା ଦରରେ ଆଜି ୫୫୦ ଟଙ୍କାରୁ ୬୦୦ ଟଙ୍କାର ବୃଦ୍ଧି ଘଟିଛି । ଏହା ପୂର୍ବଦିନ (ମାର୍ଚ୍ଚ ୧୨) ମଧ୍ୟ ସୁନା ଦରରେ ୧୦ ଗ୍ରାମ୍‌ ପିଛା ୪୫୦ରୁ ୪୯୦ ଟଙ୍କାର ବୃଦ୍ଧି ଘଟିଥିଲା । ତେଣୁ ଦୁଇଦିନରେ ସୁନା ପାଖାପାଖି ୧୧୦୦ ଟଙ୍କା ବଢ଼ିଯାଇଛି ।

 ଚଳିତ ସପ୍ତାହରେ ଆଜି ସୁଦ୍ଧା ସୁନା ଦର ୩ ଦିନ ବୃଦ୍ଧି ପାଇଥିବାବେଳେ ଗୋଟିଏ ଦିନ କମିଥିଲା। ମାର୍ଚ୍ଚ ମାସର ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଲାଣି। ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି। କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି। ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି। ଅଧିକାଂଶ ଗ୍ରାହକ ମୁଖ୍ୟତଃ ହାଲ୍‌କା ଓଜନର ସୁନା ଗହଣା କିଣୁଛନ୍ତି। ଅନ୍ୟପକ୍ଷରେ କେବଳ ନିବେଶ ପାଇଁ ୨୪ କ୍ୟାରେଟ୍‌ ସୁନା କିଣୁଥିବା ଗ୍ରାହକମାନେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବା ଆଶାରେ ସେମାନଙ୍କ କ୍ରୟ ଜାରି ରଖିଛନ୍ତି ବୋଲି ସୋରୁମ୍‌ର ଅଧିକାରୀମାନେ ମତ ଦେଇଛନ୍ତି।  

କେବଳ ସୁନା ନୁହେଁ, ରୁପା ଦରବୃଦ୍ଧି ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଭୁବନେଶ୍ବରର କେତେକ ସୋରୁମ୍‌ରେ ଏହାର ଦର ଗୁରୁବାର କିଲୋଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ଅନ୍ୟ କେତେକ ସୋରୁମ୍‌ରେ ୧ ଲକ୍ଷ ୩ ହଜାର ଟଙ୍କା ରହିଛି। ଗତ ଦୁଇଦିନ ମଧ୍ୟରେ କେତେକ ରୁପା ଦର କିଲୋଗ୍ରାମ୍‌ ପିଛା ୩ ହଜାର ଟଙ୍କା ବୃଦ୍ଧି ଘଟିଛି। ଦରରେ ଏଭଳି ବୃଦ୍ଧି ଜାରି ରହିଲେ ସୁନା ଦର ଶୀଘ୍ର ୧ ଲକ୍ଷ ଟଙ୍କା ଛୁଇଁବା ସମ୍ଭାବନା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe