ଚାଷୀଙ୍କୁ କନ୍ଦାଉଛି ପତ୍ରପୋଡ଼ା ରୋଗ, ମାସକ ପରେ ଅମଳ ହୋଇଥାନ୍ତା ଧାନ, ରୋଗ ଧରିବାରୁ ବାହାରି ପାରୁନି ଧନକେଣ୍ଡା

ପତ୍ର ପୋଡି ଯାଉଛି । ଧାନ ଗଛ ଶୁଖି ଯାଉଛି । ଏବେ କେଣ୍ଡା ବାହାରିବା ସମୟରେ ପତ୍ରପୋଡ଼ା ରୋଗ ଦାଉ ସାଧୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ୫୦୦ ଏକର ଜମିର ଫସଲରେ ଏହି ରୋଗ ଲାଗିବା  ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଫସଲ ଅମଳ ହୋଇପାରିବ ନା ନାହିଁ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି  । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

9

କନକ ବ୍ୟୁରୋ :  ଧାନ କେଣ୍ଡା ବାହାରିବା ସମୟରେ ଲାଗିଛି ରୋଗ ପୋକ । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ଶହ ଶହ ଏକର ଧାନ ଚାଷ ଉଜୁଡ଼ିଯିବାକୁ ବସିଛି  । ଔଷଧ ସିଞ୍ଚନ କଲେ ମଧ୍ୟ କାମ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଶୀଘ୍ର ରୋଗ ଦାଉରୁ ଫସଲକୁ ରକ୍ଷା କରାନଗଲେ ଚାଷୀ ମୂଳ ଫେରି ପାଇବା ଆଶଙ୍କା ପ୍ରକାଶ ପାଇଛି ।

ପତ୍ର ପୋଡି ଯାଉଛି । ଧାନ ଗଛ ଶୁଖି ଯାଉଛି । ଏବେ କେଣ୍ଡା ବାହାରିବା ସମୟରେ ପତ୍ରପୋଡ଼ା ରୋଗ ଦାଉ ସାଧୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ୫୦୦ ଏକର ଜମିର ଫସଲରେ ଏହି ରୋଗ ଲାଗିବା  ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଫସଲ ଅମଳ ହୋଇପାରିବ ନା ନାହିଁ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି  । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଅନ୍ୟପଟେ ଚାଷୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ଜିଲ୍ଲା କୃଷି ବିଭାଗ । ଗୋବର ପାଣି ସହ ଔଷଧ ସିଂଚନ କଲେ ପତ୍ରପୋଡ଼ା ରୋଗ କମିଯିବ ଓ ଧାନ କେଣ୍ଡା ବାହାରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କୃଷି ଅଧିକାରୀ ପତ୍ରପୋଡ଼ା ରୋଗ ଶୀଘ୍ର ନିୟନ୍ତ୍ରଣକୁ ନଆସିଲେ ଚାଷୀଙ୍କ ଫସଲ ଉଜୁଡ଼ିବା ଆଶଙ୍କା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe