ବର୍ତ୍ତମାନ ଯୁକ୍ତ ୨ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନର୍ସିଂ ଓ ପାରାମେଡିକାଲ ଶିକ୍ଷାର ସ୍ଥାନ ସବୁଠାରୁ ଆଗରେ ରହିଛି । ଆଗାମୀ ଦିନରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଚାହିଦା ପୂରଣ କରିବା ନିମନ୍ତେ ବିଭିନ୍ନ ଦେଶର ସରକାରମାନେ ନର୍ସିଂ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ମଧ୍ୟ ସରକାରଙ୍କ ପକ୍ଷରୁ ନର୍ସିଂ ଶିକ୍ଷାର ପ୍ରସାର ନିମନ୍ତେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ସରକାରଙ୍କ ଏହି ଅଭିଯାନକୁ ସଫଳ କରିବା ଦିଗରେ ଶିକ୍ଷା ପ୍ରଦାନକାରୀ ସଂସ୍ଥାମାନଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ତନ୍ମଧ୍ୟରୁ ‘ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍’ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ । 
Advertisment
hhh
ବିଗତ ୨୨ ବର୍ଷ ଧରି ସ୍ୱାସ୍ଥ୍ୟ ସେବା ଶିକ୍ଷା କ୍ଷେତ୍ରରେ ଧନେଶ୍ୱର ଶିକ୍ଷା ସମୂହ ଏକ ଅଗ୍ରଣୀ ନାମ । ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ସମୂହରେ ବି.ଏସ୍.ସି. ନର୍ସିଂ, ଏମ୍.ଏସ୍.ସି. ନର୍ସିଂ, ପି.ବି.ବି.ଏସ୍.ସି. ନର୍ସିଂ, ଜିଏନଏମ୍, ଏଏନଏମ୍, ଡି. ଫାର୍ମା, ଡିଏମଏଲଟି, ଡିଏମଆରଟିରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । କଟକ ବାଲିକୁଦାସ୍ଥିତ ଅନୁଷ୍ଠାନର ଦୁଇଟି ମୁଖ୍ୟ କ୍ୟାମ୍ପସ୍ ଏବଂ ଅନୁଗୁଳ ଶାଖା କ୍ୟାମ୍ପସରେ ଏହିସବୁ ପାଠ୍ୟକ୍ରମରେ ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟର୍ ଲ୍ୟାବ୍, ୱାଇ-ଫାଇ କ୍ୟାମ୍ପସ୍, ଶୀତତାପ ନିୟନ୍ତ୍ରିତ ହଷ୍ଟେଲ୍ ସୁବିଧା ଥାଇ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ କରାଯାଉଛି । ନର୍ସିଂ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଟ୍ରେନିଂ ନିମନ୍ତେ ଏସସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍, ସିଟି ହସ୍ପିଟାଲ, ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଟ୍ରେନିଂ ନେଉଛନ୍ତି । କଟକର ଏଚ୍.ସି.ଜି. ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ମଧ୍ୟ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଉଛି ।
ଧନେଶ୍ୱର ଶିକ୍ଷା ସମୂହ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ନର୍ସିଂ କାଉନସିଲ୍, ଓଡ଼ିଶା ନର୍ସିଂ କାଉନସିଲ୍, ଫାର୍ମାସି କାଉନ୍ସିଲ୍ ଅଫ୍ ଇଣ୍ଡିଆ, ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ୍ ସାଇନସ୍ (ଓୟୁଏଚଏସ୍) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ । ଏଠାରେ ନିଯୁକ୍ତି ହାର ପ୍ରାୟ ୧୦୦% ରହିଛି । ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଓ କ୍ଲିନିକମାନଙ୍କରେ ଅନୁଷ୍ଠାନର ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିସାରିଲାଣି । ଏପରିକି ରାଜ୍ୟ ଏବଂ ଦେଶ ବାହାରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଧନେଶ୍ୱର ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିବା ଅନୁଷ୍ଠାନଗୁଡ଼ିକ ହେଲା-କଟକରେ ଧନେଶ୍ୱର ସ୍କୁଲ ଆଣ୍ଡ୍ କଲେଜ ଅଫ୍ ନର୍ସିଂ, ଚୌଦ୍ୱାର ସ୍କୁଲ ଅଫ୍ ନର୍ସିଂ, ଭୁବନେଶ୍ୱର କଲେଜ୍ ଅଫ୍ ନର୍ସିଂ, ଧନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଟେକ୍ନୋଲୋଜି ଓ ଅନୁଗୁଳରେ ଶଙ୍କର ରୁକମଣୀ ସ୍କୁଲ ଅଫ୍ ନର୍ସିଂ ଆଣ୍ଡ୍ ଶଙ୍କର ରୁକମଣୀ କଲେଜ ଅଫ୍ ଫାର୍ମାସି ।
ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅଧୀନରେ ନର୍ସିଂ ଚାକିରୀ ପାଇଁ ହେଉଥିବା ବିଭିନ୍ନ ପରୀକ୍ଷା ନିମନ୍ତେ ଧନେଶ୍ୱର ଶିକ୍ଷା ସମୂହରେ ମାଗଣାରେ କୋଚିଂ ଦିଆଯାଉଛି । ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସରେ ୨୦୨୪-୨୫ ପାଇଁ ଏବେ ନାମଲେଖା ଚାଲୁଅଛି । ସମାଜ ସେବା କ୍ଷେତ୍ରରେ ମଧ୍ୟ ଧନେଶ୍ୱର ଗ୍ରୁପ୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ଖରାଦିନରେ ଜଳଛତ୍ର, ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରାସନ ବଣ୍ଟନ ଇତ୍ୟାଦି କାର୍ଯ୍ୟ ମାଧ୍ୟମରେ ଅନୁଷ୍ଠାନ ଏହାର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିଆସିଛି ।