କନକ ବ୍ୟୁରୋ : ସେଲ୍, ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀଙ୍କ ନିମନ୍ତେ ଏକ  ନେତୃତ୍ୱ ରୂପାନ୍ତରଣ ବିକାଶ ଉପରେ  କର୍ମଶାଳା ଜ୍ଞାନାର୍ଜନ ଓ ବିକାଶ  କେନ୍ଦ୍ରଠାରେ ଜୁନ ୨୦  ଓ  ୨୧ ତାରିଖରେ ଅନୁଷ୍ଠିତ ହୋଇଥିଲା ।

Advertisment

ଏହାର ଉଦଘାଟନୀ ଉତ୍ସବରେ ଆରଏସପି ମେଣ୍ଟେନାଂଶ ବିଭାଗର ସିଜିଏମ ଶ୍ରୀ ଏସ ଏସ ରାୟଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଏଚ ଆର -ଏଲ ଏଣ୍ଡ ଡି ବିଭାଗର ସିଜିଏମ  ଶ୍ରୀ ପି କେ ସାହୁ ଏବଂ ସେଲ ବୋକାରୋ ଇସ୍ପାତ କାରଖାନାର ପୂର୍ବତନ ଇଡ଼ି ତଥା କାର୍ଯ୍ୟକ୍ରମର  ଫେକଲ୍ଟି  ଡକ୍ଟର ଏସ ଏନ ସିଂହ ମଞ୍ଚାସୀନ ଥିଲେ ।

ଶ୍ରୀ ରାୟଚୌଧୁରୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ, ଏହି  କର୍ମଶାଳା ଆମର ଭବିଷ୍ୟତର ନେତୃତ୍ୱଙ୍କ ମାର୍ଗ ପ୍ରଶସ୍ତ କରିବ ଏବଂ ସେମାନଙ୍କୁ ଆହ୍ଵାନ ଗୁଡ଼ିକୁ ମୁକାବିଲା କରିବାରେ ସାହାଯ୍ୟ କରିବ । ସେ ସମସ୍ତଙ୍କୁ କାର୍ଯ୍ୟକ୍ରମର ଶ୍ରେଷ୍ଠ ଉପଯୋଗ ସହକାରେ ଉତ୍ତମ ନେତୃତ୍ୱ  ଭାବେ ଉଭା ହେବା ପାଇଁ ଉତ୍ସାହିତ କରିଥିଲେ ।

ଶ୍ରୀ ପି କେ ସାହୁ ନିଜର ସ୍ଵାଗତ ଅଭିଭାଷଣରେ କାର୍ଯ୍ୟକ୍ରମ  ବିଷୟରେ ଆଲୋଚନା କରିଥିଲେ ଏବଂ ଏହାକୁ ଏକ ସୁସଙ୍ଗଠିତ ପ୍ରୟୋଗାତ୍ମକ ତାଲିମ ରୂପେ ଅଭିହିତ କରିଥିଲେ, ଯାହା ବ୍ୟକ୍ତିଗତ ଓ ବ୍ୟବହାରିକ ଅଭିବୃଦ୍ଧି ନିମନ୍ତେ ଡିଜାଇନ କରାଯାଇଛି ।

ଡକ୍ଟର ଏସ ଏନ ସିଂହ ତାଙ୍କ ଅଭିଭାଷଣରେ ଏହି କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ସହିତ ଏହି  ଦୁଇ ଦିନିଆ କାର୍ଯ୍ୟକ୍ରମର  ମୁଖ୍ୟ ବିଷୟବସ୍ତୁଗୁଡ଼ିକ ଉପରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ।  

ଏହାର ଉଦଯାପନୀ ଉତ୍ସବରେ ଆରଏସପି ସେବା ବିଭାଗର ସିଜିଏମ ଇନଚାର୍ଜ ଆତିଶ ଚନ୍ଦ୍ର ସରକାର ଓ ଏଚ ଆର -ଏଲ ଏଣ୍ଡ ଡି ବିଭାଗର ସିଜିଏମ  ଶ୍ରୀ ପି କେ ସାହୁ ଅଧ୍ୟକ୍ଷତା କରି ଅଂଶଗ୍ରହଣକାରୀଙ୍କ ଠାରୁ ଫିଡବେକ ଗ୍ରହଣ କରିଥିଲେ ।

ଏହାର ବିଭିନ୍ନ  ଅଧିବେଶନରେ ବିଭିନ୍ନ ବିଷୟାବଳି ଯଥା ବ୍ୟକ୍ତିଗତ ନେତୃତ୍ୱ, ଦକ୍ଷତା ଗଠନ, ବିଶ୍ବାସ ସୃଷ୍ଟି, ଏବଂ ରୂପାନ୍ତରଣୀୟ ନେତୃତ୍ୱ ନିମନ୍ତେ ଆବଶ୍ୟକୀୟ ସମସ୍ତ ଦକ୍ଷତା ସ୍ଥାନ ପାଇଥିଲା ।  

କାର୍ଯ୍ୟକ୍ରମକୁ  ଏଲ ଏଣ୍ଡ ଡି ବିଭାଗର ଜିଏମ  ସୁଶ୍ରୀ ଚୈତାଳି ଦାସ ସଂଯୋଜନା କରିଥିଲେ । ଏଚଆର ଏଲ  ଏଣ୍ଡ ଡି ବିଭାଗର ଡିଜିଏମ  ଶ୍ରୀ  କେ କେ ଜୟସ୍ଵାଲ ଏବଂ ଜେଇଏ  ଡ଼ି ସି ଗଉଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।