କନକ ବ୍ୟୁରୋ : ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ସ୍ଥିତ ହୋଟେଲ ମ୍ୟାରିଅନରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ -୨୦୨୪କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦୀ ସରକାରଙ୍କ ସଫଳତା ବଖାଣିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଜେପି ନଡ୍ଡା କହିଛନ୍ତି କଂଗ୍ରେସ ଦଳ କମ୍ୟୁନାଲ ନେସନାଲନିଜିମର ମୁଖପାତ୍ର ପାଲଟିଛି । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ପ୍ରଥମ ଥର ବିଧାସଭା ଭୋଟ ଦେଉଛି । ସେପଟେ କଂଗ୍ରେସ ଧାରା ୩୭୦ ପୁଣି ଲାଗୁ କରିବା ପାଇଁ ପାକିସ୍ତାନ ସହ ହାତ ମିଳାଇଛି । 

Advertisment

ଏଥିସହ କଂଗ୍ରେସର ପରିବାରବାଦକୁ ସମାଲୋଚନା କରି କହିଛନ୍ତି ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ । ଗ୍ରାଉଣ୍ଡରୁ ଆସିଥିବା ବ୍ୟକ୍ତି ଏଠାରେ ନେତା ହୁଏ । ଆଦର୍ଶରେ ଚାଲୁଥିବା ଏକମାତ୍ର ଦଳ ବିଜେପି । ସ୍ୱଚ୍ଛତାର ସହ ବିଜେପିରେ ସଦସ୍ୟତା ଗ୍ରହଣ କରାଯାଏ । ବର୍ତ୍ତମାନ ସୁଦ୍ଧା ୬କୋଟି ସଦସ୍ୟତା ଗ୍ରହଣ ସରିଲାଣି । ବିକଶିତ ଭାରତ ୧୦୪୭ ପାଇଁ ସମସ୍ତେ ଯୋଡି ହୁଅନ୍ତୁ ।  ମୋଦୀଙ୍କ ନେତୃତ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି । ଖୁବଶୀଘ୍ର ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । କିନ୍ତୁ କଂଗ୍ରେସ ଅର୍ବାନ ନକ୍ସଲଇଜିମର ମୁଖପାତ୍ର ପାଲଟିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।