କ୍ଷମତାରୁ ଯିବା ପରେ ପ୍ରତିଦିନ ଦଳ ଛାଡ଼ୁଛନ୍ତି ନେତା, ବିଜେପିରେ ସାମିଲ ହେଲେ ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ

Advertisment

ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଛିଡ଼ିଛିଡ଼ି ଯାଉଛି ବିଜେଡି। ଜିଲ୍ଲା ନେତୃତ୍ବ, ବିଧାୟକ ଓ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ।  ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଛାଡି ଦେଲେ ଭଦ୍ରକରେ ସଂଗଠନ ଦୁର୍ବଳ ହୋଇଯାଇଛି। ଯାଜପୁରରେ ଭାଗ ଭାଗ ହୋଇଯାଇଛି ଦଳ।  ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡ଼େଇ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ।

ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଛିଡ଼ିଛିଡ଼ି ଯାଉଛି ବିଜେଡି। ଜିଲ୍ଲା ନେତୃତ୍ବ, ବିଧାୟକ ଓ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ।  ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଛାଡି ଦେଲେ ଭଦ୍ରକରେ ସଂଗଠନ ଦୁର୍ବଳ ହୋଇଯାଇଛି। ଯାଜପୁରରେ ଭାଗ ଭାଗ ହୋଇଯାଇଛି ଦଳ।  ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡ଼େଇ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ।

bjd

କନକ ବ୍ୟୁରୋ : ବିଜେଡି ଘର କଳି ତେଜିଥିବାବେଳେ ସଂଗଠିତ ହେଉଛି ବିଜେପି।  ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ କରୁଛି ଭାରତୀୟ ଜନତା ପାର୍ଟି। ଶଂଖ ଛାଡି ପଦ୍ମ ଧରୁଛନ୍ତି ଜଣଙ୍କ ପରେ ଜଣେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜେଡି ନେତା।  କ୍ଷମତାରୁ ଯିବା ପରେ ଭାଙ୍ଗି ଭାଙ୍ଗି ଯାଉଛି ବିଜେଡି ଗଡ଼। ପ୍ରତିଦିନ କେଉଁଠି ନା କେଉଁଠି ବିଜେଡି ନେତା ଦଳ ଛାଡି ବିଜେପିରେ ମିଶୁଛନ୍ତି। ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ସକାଳେ ବିଜେଡି ଛାଡିଥିବା ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ସନ୍ଧ୍ୟାରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ଆଯୋଜିତ ମିଶ୍ରଣ ପର୍ବରେ ରସୁଲପୁର ବ୍ଲକ ଅଧ୍ୟକ୍ଷ, ବହୁ ଜିଲ୍ଲା ପରିଷଦ ଓ ପଂଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ପଦ୍ମ ଧରିଛନ୍ତି । 

ଅଧିକ ପଢ଼ନ୍ତୁ :  ଗଞ୍ଜାମରେ EDର ବଡ଼ ଚଢ଼ାଉ; ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ

 ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଛିଡ଼ିଛିଡ଼ି ଯାଉଛି ବିଜେଡି। ଜିଲ୍ଲା ନେତୃତ୍ବ, ବିଧାୟକ ଓ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ।  ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଛାଡି ଦେଲେ ଭଦ୍ରକରେ ସଂଗଠନ ଦୁର୍ବଳ ହୋଇଯାଇଛି। ଯାଜପୁରରେ ଭାଗ ଭାଗ ହୋଇଯାଇଛି ଦଳ।  ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡ଼େଇ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ।  ବାଲେଶ୍ବର ଜିଲ୍ଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ପରେ ଦଳୀୟ ସଂଗଠନ ଦୋହଲୁଛି । ମୟୂରଭଞ୍ଜରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଛାଡ଼ିଦେଲେ ଆଉ କୌଣସି ବଡ ଚେହେରା ନାହାନ୍ତି । ଖୋଦ୍ ନବୀନଙ୍କ ଜିଲ୍ଲା ଗଞ୍ଜାମରେ ପଦାରେ ପଡିଛି କନ୍ଦଳ । ସଭାପତି ବିକ୍ରମ ପଣ୍ଡା ଜେଲ୍ ଯିବା ପରେ ଗଞ୍ଜାମ ଜିଲ୍ଲା ବିଜେଡି ଏବେ ମୁରବୀଶୂନ୍ୟ। କେବଳ ଏହି ପାଞ୍ଚୋଟି ଜିଲ୍ଲା ନୁହେଁ ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କଟକରେ କାହା ସହିତ କାହାର ପଡୁନି। ଏଭଳି ସ୍ଥିତିରେ ଆଗକୁ ପଂଚାୟତ ନିର୍ବାଚନ କେମିତି ଲଢ଼ିବେ ସେ ନେଇ ଚିନ୍ତାରେ ପଡିଲେଣି ତୃଣମୂଳସ୍ତରର ନେତା ଓ କର୍ମୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe