କନକ ବ୍ୟୁରୋ : ନୂଆବର୍ଷରେ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଗେଟ୍ ଭାଙ୍ଗି ଦେଲେ ଦୁର୍ବୃତ । ପାଟକୁରାବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀ ତଳକୁସୁମା ଗାଁ ଚାରିଛକ ଠାରେ ଅଭିନନ୍ଦନ ତୋରଣ କରିଥିଲେ ବିଜେପି ନେତା ତେଜେଶ୍ୱର ପରିଡ଼ା ।
ବାଉଁଶ ପୋତି ପୋଷ୍ଟ ମାରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ପେଟ୍ରୋଲ ପକାଇ ସମ୍ପୂର୍ଣ୍ଣ ଭାବେ ଗେଟଟିକୁ ଜାଳି ଦିଆଯାଇଛି । ଶୁଭେଚ୍ଛା ତୋରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ପ୍ରଭାତି ପରିଡ଼ାଙ୍କର ଫଟୋ ଥିଲା । ଲାଗିଥିବା ହୋର୍ଡିଂକୁ ମଧ୍ୟ ଉଠାଇନିଆଯାଇଛି । ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ତେଜେଶ୍ୱର ପରିଡ଼ା । ନୂଆବର୍ଷରେ ୨୦୨୫ରେ ଏଭଳି ଅସହିଷ୍ଣୁତା, ଗୁଣ୍ଡାରାଜ, ହିଂସା, ରାଜନୈତିକ ଆକ୍ରୋଶ ଛାଡ଼ି ଶାନ୍ତି, ସୌହାର୍ଦ୍ଦ୍ୟ ଓ ନିଷ୍ଠାର ପାଟକୁରାର ବିକାଶ ପାଇଁ କାମ କରିବାକୁ ନିବେଦନ କରିଛନ୍ତି ।