କନକ ବ୍ୟୁରୋ :ସାରାଦେଶରେ ଡିଲିମିଟେସନ ହେବ । ନିର୍ବାଚନ ମଣ୍ଡଳୀଗୁଡିକ ସୀମା ବଦଳିବ। ଖୁବ୍ ଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏହା ସମସ୍ତଙ୍କ ଉତ୍କଣ୍ଠାକୁ ବଢ଼ାଇ ଦେଇଛି। କେଉଁ ଲୋକସଭା କ୍ଷେତ୍ର ଭାଂଗିବ, କେଉଁ ଆସନ ନୂଆ ହେବ? ଏବେ ତାହା ଆଲୋଚନାର ବିଷୟର ହୋଇଛି। 

Advertisment

ଦୀର୍ଘ ୪୭ ବର୍ଷ ପରେ  ବଦଳିପାରେ ଦେଶର ରାଜନୈତିକ ଚିତ୍ର । ଲୋକସଭାର ଆସନ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚା ପରେ ଓଡ଼ିଶ ରାଜନୀତି ଉଷ୍ଣ ହୋଇଛି । ଓଡିଶାର ଲୋକସଭା ଆସନ ୨୧ ବଦଳରେ ୨୮  ହେବ ବୋଲି କୁହାଯାଉଥିବାରୁ କେଉଁ ଆସନ ଭାଂଗିବ, କେଉଁ ଆସନ ନୂଆ ହେବ ସେ ନେଇ ଭିନ୍ନ ଆଲୋଚନା ହେଉଛି। କୁହାଯାଉଛି, ସୀମା ପୁନଃନିର୍ଦ୍ଧାରଣ ସମୟରେ ଜନସଂଖ୍ୟା ବଡ଼ ମାନଦଣ୍ଡ ହେବ । ଅର୍ଥାତ  ଯେଉଁ ସଂସଦୀୟ କ୍ଷେତ୍ରରେ ଲୋକସଂଖ୍ୟା ଅଧିକ,  ତାକୁ ଭଂଗାଯାଇି ନୂଆ ଆସନ ସୃଷ୍ଟି ହୋଇପାରେ । ଏବେ ଓଡିଶାର ୨୧ ସଂସଦୀୟ କ୍ଷେତ୍ର ଭିତରୁ କିଛି ଆସନ ଅଛି ଯେଉଁଠି ୨୦୨୪ ନିର୍ବାଚରେ ଭୋଟର ସଂଖ୍ୟା ବଢିଛି । ତେଣୁ ଯଦି ଆଗକୁ ଡିଲିମିଟେସନ ହୁଏ ତେଣୁ ଏହି ଆସନର ପାଳି ପଡିପାରେ ବୋଲି ଚର୍ଚା ହେଉଛି ।

ଅଧିକ ଭୋଟର ଥିବା ଲୋକସଭା ସିଟ-

ସଂସଦୀୟକ୍ଷେତ୍ର                         ଭୋଟର

ବଲାଙ୍ଗିର                               ୧୮, ୦୩, ୫୪୪
କଲାହାଣ୍ଡି                              ୧୭, ୦୨ ,୦୩୮
କେନ୍ଦ୍ରାପଡ଼ା                             ୧୭, ୯୫, ୭୨୫
ଜଗତସିଂହପୁର                        ୧୭, ୦୩, ୪୮୯
ମୟୂରଭଞ୍ଜ                            ୧୫, ୪୬, ୨୭୪
ସୁନ୍ଦରଗଡ଼                              ୧୫, ୭୯, ୦୯୬
ଭଦ୍ରକ                                   ୧୭, ୭୩, ୯୨୮

ଆକଳନ ଅନୁସାରେ ଏହି ସଂସଦୀୟ କ୍ଷେତ୍ରରେ ଭୋଟର ବଢିଥିବାରୁ, ଏହି ଆସନକୁ ଭାଂଗି ନୂଆ ନିର୍ବାଚନମଣ୍ଡଳୀ ଗଠନ କରିପାରନ୍ତି ସରକାର। ହେଲେ, ଏପର୍ୟ୍ୟନ୍ତ କୌଣିସି ଚିତ୍ର ସ୍ପଷ୍ଟ ହୋଇନି, କି କେନ୍ଦ୍ର ସରକାର ଡିଲିମିଟେସନକୁ ନେଇ ପାଦେ ବି ଆଗେଇ ନାହାନ୍ତି । 

ଶେଷ ଥର ପାଇଁ ୧୯୭୭ରେ ଓଡିଶାର ବିଧାନସଭା ଆସନ ବଢିଥିଲା । ୧୪୦ରୁ ବଢି ୧୪୭ରେ ପହଞ୍ଚିଲା । ଡିଲିମିଟେସନ ହେଲେ ଲୋକସଭା ଅନୁପାତରେ ବିଧାନସଭା ଆସନ ସଂଖ୍ୟା ୧୯୬କୁ ବୃଦ୍ଧି ପାଇପାରେ ।