ଲକ୍ଷ୍ମୀକାନ୍ତ ମୁମ୍ବାଇ ଯାଇ କୁଲ୍‌ଫି ଫ୍ୟାକ୍ଟ୍ରିରେ କାମ କରି ପୋଷୁଥିଲେ ପେଟ, ଏବେ ଗାଁକୁ ଫେରି କରୁଛନ୍ତି କୁଲ୍‌ଫି ବ୍ୟବସାୟ

Advertisment

ଏବେ ଗାଁକୁ ଫେରି କରୁଛନ୍ତି କୁଲ୍‌ଫି ବ୍ୟବସାୟ । ତାଙ୍କ ହାତ ତିଆରି କୁଲ୍‌ଫି ଖାଇବାକୁ ବଢ଼ୁଛି ଲୋକଙ୍କ ଆଗ୍ରହ ।

ଏବେ ଗାଁକୁ ଫେରି କରୁଛନ୍ତି କୁଲ୍‌ଫି ବ୍ୟବସାୟ । ତାଙ୍କ ହାତ ତିଆରି କୁଲ୍‌ଫି ଖାଇବାକୁ ବଢ଼ୁଛି ଲୋକଙ୍କ ଆଗ୍ରହ ।

ଲକ୍ଷ୍ମୀକାନ୍ତଙ୍କ ‘କୁଲ୍‌ଫି’ କାହାଣୀ

ଲକ୍ଷ୍ମୀକାନ୍ତଙ୍କ ‘କୁଲ୍‌ଫି’ କାହାଣୀ Photograph: (kanakNews)

କନକ ବ୍ୟୁରୋ:  ଖରା ବଢୁଛି, କୁଲ୍‌ଫି ଖାଇବାର ମଜା ଜମୁଛି । ପିଲାଠୁ ବୁଢ଼ା ସମସ୍ତେ କୁଲ୍‌ଫି ପ୍ରେମରେ ବାୟା । ଉଦୁଉଦିଆ ଖରାବେଳେ ଯେତେବେଳେ କୁଲ୍‌ଫିବାଲାର ଡାକ ଶୁଭେ, ସେ ସମୟର ଅନୁଭୂତି ଅଲଗା ପ୍ରକାର । ଖରାରୁ ଆଶ୍ୱସ୍ତି ପାଇଁ ଲୋକମାନେ ଆଇସ୍କ୍ରିମ ଓ କୁଲ୍‌ଫି ଖାଇବାକୁ ପସନ୍ଦ କରନ୍ତି । ବଜାରରେ ମିଳୁଥିବା କୁଲ୍‌ଫି ଫ୍ୟାକ୍ଟ୍ରିରେ ମେସିନ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେଥିରେ ବିଭିନ୍ନ କେମିକାଲ ଏବଂ ରଙ୍ଗ ବ୍ୟବହାର କରାଯାଇଥାଏ । ଯାହା ପାଟିକୁ ଭଲ ଲାଗିଲେ ମଧ୍ୟ ଦେହ ପାଇଁ କ୍ଷତିକାରକ ।

କିନ୍ତୁ ଭୋଗରାଇ ପଳାସିଆ ଗାଁର ଲକ୍ଷ୍ମୀକାନ୍ତ ଜେନା ନିଜ ଘରେ ବିନା କେମିକାଲ ଓ କୌଣସି କ୍ଷତିକାରକ ରଙ୍ଗ ନ ମିଶାଇ ନିଜେ କୁଲ୍‌ଫି ପ୍ରସ୍ତୁତ କରୁଛନ୍ତି । ଏହାକୁ ନିଜେ ବୁଲିବୁଲି ବିକିବା ସହ ଅନେକ ବ୍ୟବସାୟୀଙ୍କୁ ମଧ୍ୟ ଯୋଗାଉଛନ୍ତି । ମାସକୁ ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହେଉଥିବା ବେଳେ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର  ହେଉଛି ।  

କୁଲ୍‌ଫି ପ୍ରସ୍ତୁତିରେ ଲକ୍ଷ୍ମୀକାନ୍ତଙ୍କୁ ତାଙ୍କ ସ୍ତ୍ରୀ ସହଯୋଗ କରନ୍ତି । ସ୍ୱାମୀ-ସ୍ତ୍ରୀ ମିଶି ଏହାକୁ ଏକ ଭଲ ବ୍ୟବସାୟରେ ପରିଣତ କରିଛନ୍ତି । ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି କୁଲ୍‌ଫିର ଦାମ୍ । ଦେଶୀଗାଈ କ୍ଷୀର, କାଜୁ, କିସମିସ୍, ପିସ୍ତା ଆଦି ମିଶ୍ରଣ କରି କୁଲ୍‌ଫି ପ୍ରସ୍ତୁତ କରନ୍ତି ଲକ୍ଷ୍ମୀକାନ୍ତ । ବଜାରରେ ମିଳୁଥିବା ଆଇସ୍‌କ୍ରିମ୍ ଓ କୁଲ୍‌ଫି ଅପେକ୍ଷା ଲକ୍ଷ୍ମକାନ୍ତଙ୍କ କୁଲ୍‌ଫି ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି । ବ୍ୟବସାୟ ମଧ୍ୟ ଭଲ ଜମୁଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe