ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ନିର୍ଧୁମ ମାଡ଼ ; କାରକୁ ସାଇଡ ମାରିବାକୁ ନେଇ ତାତିଲେ ଲୋକେ

ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ନିର୍ଧୁମ ମାଡ଼ । ବାଉଁଶପୁଟରୁ ବାଙ୍କୀ ଆସୁଥିବା ବେଳେ ରତାଗଡ଼ ଛକ ନିକଟରେ କାର୍ ସାଇଡ ମରାକୁ ନେଇ ଡ୍ରାଇଭରଙ୍କୁ ପିଟିଲେ ସ୍ଥାନୀୟ ଲୋକେ । ଉଭୟ ପକ୍ଷରୁ ଥାନାରେ ଏତଲା ।

laxmi bus driver

laxmi bus driver Photograph: (kanaknews)

କନକ ବ୍ୟୁରୋ : ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ନିର୍ଧୁମ ପିଟିଲେ ଲୋକେ । ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ ଗାଁ ନିକଟରେ ଲକ୍ଷ୍ମୀ ବସ୍‌ର ଡ୍ରାଇଭରକୁ ପିଟିଲେ ଗ୍ରାମବାସୀ । ସୂଚନା ଅନୁସାରେ, ଗତ ୧୨ ତାରିଖ ଦିନ ଲକ୍ଷ୍ମୀ ବସର ଡ୍ରାଇଭର ବାଉଁଶପୁଟରୁ ବାଙ୍କୀ ଆସୁଥିବା ସମୟରେ ରତାଗଡ଼ ଛକ ନିକଟରେ ଗୋଟିଏ କାରକୁ ସାଇଡ ମାରିଥିଲା । ଏହାକୁ ନେଇ  ସ୍ଥାନୀୟ ବାସିନ୍ଦା ବସ୍ ଅଟକାଇ ଡ୍ରାଇଭରକୁ ପଚାରିବାରୁ ବସର ଡ୍ରାଇଭର ବିଶ୍ୱଜିତ ବିଶ୍ଵାଳ ଓହ୍ଲାଇ ଗ୍ରାମବାସୀଙ୍କ ସହିତ ଗଣ୍ଡଗୋଳ କରିଥିଲା । ଫଳରେ ଗ୍ରାମବାସୀ ମାନେ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ଉଭୟ ପକ୍ଷରୁ ଥାନାରେ କୌଣସି ଏତଲା ହୋଇନଥିବା ବେଳେ ଡ୍ରାଇଭରକୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe