ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା : ୨ ଯବାନଙ୍କ ସମେତ ୭ ଜଣ ଅଟକ ସୂଚନା

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣ ଅଟକ ଥିବା ସୂଚନା ମିଳିଛି ।  ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯବାନ ଥିବା କୁହାଯାଉଛି । ଜଣେ ସିଆଇଏସଅଫ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି  । 

14

Photograph: (KANAKNEWS)

କନକବ୍ୟୁରୋ : ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣ ଅଟକ ଥିବା ସୂଚନା ମିଳିଛି ।  ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯବାନ ଥିବା କୁହାଯାଉଛି । ଜଣେ ସିଆଇଏସଅଫ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି  ।    ରିଜର୍ଭ ବାରାକରେ ଚାଲିଛି ପଚରାଉଚରା  ।  ଦିଗପହଣ୍ଡି, ହିଞ୍ଜିଳି ଅଞ୍ଚଳର ଯୁବକଙ୍କୁ ଜେରା କରାଯାଉଛି  ।  କିଛି ଟୋଲଗେଟ ରେ ବି ପୁଲିସ ଛାନଭିନ ଚଳାଇଥିବା ଜଣାପଡିଛି  ।  ପୁଲିସ ହାତରେ ଲାଗିଛି ୨ଟି ଦାମୀ କାର  ।  ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ । 

ହତ୍ୟାକାଣ୍ଡର ପୂରା କାହାଣୀ

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା 
ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ

ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ 
ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ 

ବ୍ରହ୍ମପୁର ଏମକେସିଜିରେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା

ଦୁର୍ବୃତ୍ତ ମାନେ ପୀତବାସଙ୍କ ଡାହାଣ ଛାତିକୁ ଗୁଳି ମାଡ଼ କରିଥିଲେ 
ଗୁଳି ଛାତିକୁ ଭେଦି ମେରୁଦଣ୍ଡ ପାଖରେ ଅଟକିଥିଲା 
ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି

ପୁଲିସ୍  ତନାଘନା ଚଳାଇଥିଲେ ବି ଏଯାଏଁ ଅପରାଧୀଙ୍କ ଟେର ପାଇନି 
ଘଟଣାକୁ ନେଇ ନେଇ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ କରିଥିଲେ

ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପରେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ
ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି 
ପୁଲିସ ଏକାଧିକ ଟିମ ଗଠନ କରି ତଦନ୍ତ ଚଳାଇଛି
ଏକ ୬ ଜଣିଆ ଟିମ ଆନ୍ଧ୍ରପ୍ରଦେଶ ଯାଇଥିବା ସୂଚନା ମିଳିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe