କନକ ବ୍ୟୁରୋ:   ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ପୁଣି ୨ କୁଖ୍ୟାତ ଅପରାଧୀଙ୍କୁ ଉଠାଇ ଆଣିଛି । ପୁରୁଣା ହତ୍ୟା ମାମଲାରେ ଜଡ଼ିତ ୨ ଜଣଙ୍କୁ ଆଣି ପଚରାଉଚରା ଚାଲିଛି। ସେମାନେ ହେଲେ ଦିଲ୍ଲୀପ ଓ ସିମ୍ପୁ । ଉଭୟଙ୍କୁ ପୁଲିସ ରିଜର୍ଭ ବାରାକରେ ପୁଲିସ ମାରାଥନ ଜେରା କରୁଛି । ‌ସେହିପରି ପୀତବାସଙ୍କ କଲ୍‌ ଡିଟେଲସ ରିପୋର୍ଟରୁ ସନ୍ଦେହଘେରକୁ ଆସିଛନ୍ତି ୨ ମହିଳା । ସେମାନଙ୍କୁ ଥାନାକୁ ଡାକି ପୁଲିସ ପଚରାଉଚରା କରି ଛାଡ଼ିଛି। ନିୟମିତ ଭାବେ ସେମାନେ ପୀତବାସଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ତେବେ‌ ସେମାନେ କିଏ ଓ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି କଣ ତାହା ଜଣାପଡ଼ୁନି । ଏହାସହ ପୀତବାସଙ୍କ ପରିବାର ଲୋକ ଓ କିଛି ବନ୍ଧୁଙ୍କୁ ମଧ୍ୟ ପୁଲିସ ଏ ଭିତରେ ପଚରାଉଚରା କରିଛି। ହତ୍ୟାକାଣ୍ଡକୁ ସପ୍ତାହେ ପୁରିଥିଲେ ବି ପୁଲିସ ହାତ ଖାଲି ରହିଛି। ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି ସତ କିନ୍ତୁ ନିର୍ଯାସ‌ରେ ପହଞ୍ଚି ହେଉନି। ବାଲିଘାଟରୁ ନେଇ ଜମି କାରବାର, ସୁଧ କାରବାରରୁ ନେଇ ବୃତ୍ତିଗତ ଶତ୍ରୁତା। ସବୁ ଦିଗରେ ପୁଲିସ ତଦନ୍ତ କରି ଯାହାକୁ ସନ୍ଦେହ ହେଉଛି ଉଠାଇ ଆଣି ପଚରାଉଚରା କରୁଛି। 

Advertisment

 ଆଇନଜୀବୀ ପୀତବାସ ହତ୍ୟା ମାମଲା
ପୁଲିସ ଖାପଚାରେ ୨ କୁଖ୍ୟାତ ଅପରାଧୀ
ରିଜର୍ଭ ବାରାକରେ ଉଭୟଙ୍କୁ ପଚରାଉଚରା
ପୂର୍ବରୁ ହତ୍ୟା ମାମଲାରେ ଉଭୟ ଜେଲରେ ଥିଲେ
ପୀତବାସଙ୍କ ସିଡିଆର ଖୋଲୁଛି ସାଂଘାତିକ ରହସ୍ୟ
ସିଡିଆର ଆଧାରରେ ୨ ସନ୍ଦିଗ୍ଧ ମହିଳାଙ୍କୁ ଜେରା
ଥାନାରେ ମାରାଥନ ଜେରା ପରେ ଛାଡ଼ିଲା ପୁଲିସ

ହେଡର- 
ଆଇନଜୀବୀ ପୀତବାସ ହତ୍ୟା ମାମଲା 
ସପ୍ତାହେ ପରେ ବି ଖୋଲୁନି ରହସ୍ୟା
ପୁଲିସ ଖାପଚାରେ ୨ କୁଖ୍ୟାତ ଅପରାଧୀ
ରିଜର୍ଭ ବାରାକରେ ଉଭୟଙ୍କୁ ପଚରାଉଚରା
ସିଡିଆର ଆଧାରରେ ୨ ସନ୍ଦିଗ୍ଧ ମହିଳାଙ୍କୁ ଜେରା
ଥାନାରେ ମାରାଥନ ଜେରା ପରେ ଛାଡ଼ିଲା ପୁଲିସ