କନକ ନ୍ୟୁଜ: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି । ମୋଟାମୋଟି ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ପୁଲିସ କବଜାକୁ ନେଲାଣି । ସାର୍ପସୁଟର ଓ ମଧ୍ୟସ୍ଥିକୁ ଘନ ଘନ ଜେରା ଚାଲିଛି । ଅନ୍ୟମାନଙ୍କୁ ଧରି ପୁଲିସ ପହଞ୍ଚିବା ପରେ ସବୁ ସତ ପଦାକୁ ଆସିବ ।
ତେବେ ଏହାରି ଭିତରେ ପୁଲିସ ହାତରେ ଲାଗିଛି ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଆଉ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ ପୁଲିସକୁ ବିହାର ଲିଙ୍କ ଧରାଇଥିବା ଚର୍ଚ୍ଚା ହେଉଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ରିଚାର୍ଜ ଦୋକାନରୁ ଘରକୁ ୯୫୦୦ ଟଙ୍କା ପଠାଇଥିଲେ । ଯାହା ପୀତବାସ ମର୍ଡର ମିଷ୍ଟ୍ରି ପଛରେ ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/pitabasha-panda-2025-10-17-07-33-40.jpg)