ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଘଟଣା ସ୍ଥଳରେ ଏସପିଙ୍କ ଛାନଭିନ୍, ସାର୍ପ ସୁଟର ଗୁଳିମାଡ଼ କରିଥିବା ସନ୍ଦେହ

ତେଣୁ ପ୍ରଫେସନାଲ୍‌ ଗନମ୍ୟାନ୍‌ ସୁପାରି ନେଇ ଏପରି କରିଥିବା ସନ୍ଦେହ କରିଛି ପୁଲିସ । ହତ୍ୟାକାଣ୍ଡ ପାଇଁ ଫେକ୍‌ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ ହତ୍ୟାକାରୀ । ସିସିଟିଭିରୁ ମିଳିଛି ହେଲମେଟ ପିନ୍ଧା ଅଭିଯୁକ୍ତଙ୍କ ଭିଜୁଆଲ ।  ୬ଟି ଟିମ୍‌ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସ ହାତରେ ଲାଗିଛି ବଡ଼ ସୁରାକ୍‌ । 

21

କନକ ବ୍ୟୁରୋ :   ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୪୮ ଘଣ୍ଟା ପୂରିବାକୁ ବସିଲାଣି, ତଥାପି ପୁଲିସ ହାତ ଖାଲି । ହତ୍ୟା ପାଇଁ କିଏ ସୁପାରି ଦେଇଥିଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ପୀତବାସଙ୍କୁ ବାଜିଥିବା ଗୁଳି ଛାତି ଓ ଫୁସଫୁସ କଣା କରି ସିଧା ଯାଇ ମେରୁଦଣ୍ଡରେ ଅଟକିଥିଲା । ପ୍ରଚୁର ରକ୍ତସ୍ରାବ, ମସ୍ତିଷ୍କରେ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି । ତେଣୁ ପ୍ରଫେସନାଲ୍‌ ଗନମ୍ୟାନ୍‌ ସୁପାରି ନେଇ ଏପରି କରିଥିବା ସନ୍ଦେହ କରିଛି ପୁଲିସ । ହତ୍ୟାକାଣ୍ଡ ପାଇଁ ଫେକ୍‌ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ ହତ୍ୟାକାରୀ । ସିସିଟିଭିରୁ ମିଳିଛି ହେଲମେଟ ପିନ୍ଧା ଅଭିଯୁକ୍ତଙ୍କ ଭିଜୁଆଲ ।  ୬ଟି ଟିମ୍‌ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସ ହାତରେ ଲାଗିଛି ବଡ଼ ସୁରାକ୍‌ ।

 ବ୍ୟକ୍ତିଗତ, ବୃତ୍ତିଗତ ନା ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି ପୁଲିସ ତାର ପର୍ଦ୍ଦାଫାସ କରିବାକୁ ଦାବି ହୋଇଛି । ପୀତବାସଙ୍କ ଘରଠାରୁ ନେଇ ତାଙ୍କ ଚାମ୍ବର ପର୍ଯ୍ୟନ୍ତ  ରାସ୍ତାକୁ ରେକି କରାଯାଇଥିଲା କି ? ଏସପି ଓ ଆଇଆଇସି ଛୁଟିରେ ରହିବା ଖବର ହତ୍ୟାକାରୀ ପାଇଥିଲେ କି ? ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ଜୋର ଧରିଛି ।

 ରାତି ପ୍ରାୟ ୯ଟା ୩୦ରେ ଚାମ୍ବରରୁ ବାହାରି ଏକ ହୋଟେଲରୁ କିଛି ଖାଇବା ପାର୍ସଲ୍‌ ଆଣିଥିଲେ ପୀତବାସ । ସେଠାରୁ ସେ ଘରକୁ ଫେରୁଥିଲେ। ହେଲେ ନିଜ ଘର ପାଖରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe