କନକ ବ୍ୟୁରୋ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୪୮ ଘଣ୍ଟା ପୂରିବାକୁ ବସିଲାଣି, ତଥାପି ପୁଲିସ ହାତ ଖାଲି । ହତ୍ୟା ପାଇଁ କିଏ ସୁପାରି ଦେଇଥିଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ପୀତବାସଙ୍କୁ ବାଜିଥିବା ଗୁଳି ଛାତି ଓ ଫୁସଫୁସ କଣା କରି ସିଧା ଯାଇ ମେରୁଦଣ୍ଡରେ ଅଟକିଥିଲା । ପ୍ରଚୁର ରକ୍ତସ୍ରାବ, ମସ୍ତିଷ୍କରେ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି । ତେଣୁ ପ୍ରଫେସନାଲ୍ ଗନମ୍ୟାନ୍ ସୁପାରି ନେଇ ଏପରି କରିଥିବା ସନ୍ଦେହ କରିଛି ପୁଲିସ । ହତ୍ୟାକାଣ୍ଡ ପାଇଁ ଫେକ୍ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ ହତ୍ୟାକାରୀ । ସିସିଟିଭିରୁ ମିଳିଛି ହେଲମେଟ ପିନ୍ଧା ଅଭିଯୁକ୍ତଙ୍କ ଭିଜୁଆଲ । ୬ଟି ଟିମ୍ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସ ହାତରେ ଲାଗିଛି ବଡ଼ ସୁରାକ୍ ।
ବ୍ୟକ୍ତିଗତ, ବୃତ୍ତିଗତ ନା ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି ପୁଲିସ ତାର ପର୍ଦ୍ଦାଫାସ କରିବାକୁ ଦାବି ହୋଇଛି । ପୀତବାସଙ୍କ ଘରଠାରୁ ନେଇ ତାଙ୍କ ଚାମ୍ବର ପର୍ଯ୍ୟନ୍ତ ରାସ୍ତାକୁ ରେକି କରାଯାଇଥିଲା କି ? ଏସପି ଓ ଆଇଆଇସି ଛୁଟିରେ ରହିବା ଖବର ହତ୍ୟାକାରୀ ପାଇଥିଲେ କି ? ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ଜୋର ଧରିଛି ।
ରାତି ପ୍ରାୟ ୯ଟା ୩୦ରେ ଚାମ୍ବରରୁ ବାହାରି ଏକ ହୋଟେଲରୁ କିଛି ଖାଇବା ପାର୍ସଲ୍ ଆଣିଥିଲେ ପୀତବାସ । ସେଠାରୁ ସେ ଘରକୁ ଫେରୁଥିଲେ। ହେଲେ ନିଜ ଘର ପାଖରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/08/21-2025-10-08-19-29-53.jpg)