କନକ ବ୍ୟୁରୋ: ବିହାରର ନିର୍ଦ୍ଦଳୀୟ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗର ଧମକ । ବାବା ସିଦ୍ଦିକୀ ମର୍ଡର ପରେ ସୋସିଆଲ ମିଡିଆରେ ମତ ରଖିଥିଲେ ପପୁ, ସେ କହିଥିଲେ ୨୪ ଘଂଟା ଭିତରେ ଏ ଦୁଇ ଟଙ୍କିଆ ନେଟୱାର୍କକୁ ଶେଷ କରିଦେବି । ଆଉ ଆଜିର ଏହି ଫୋନ କଲରେ ପପୁଙ୍କୁ କହାଯାଉଛି ସୁଧୁରିଯାଅ..ତୁମ ଦିନ ଆସୁଛି
ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟରେ ବିହାର ପୂର୍ଣ୍ଣିମାର ସ୍ବାଧୀନ ବାହୁବଳୀ ସାଂସଦ ପପ୍ପୁ ଯାଦବ । ସାଂସଦ ଓ ଲରେନ୍ସ ଗ୍ୟାଙ୍ଗଙ୍କ ମଧ୍ୟାରେ କଥା କଟାକଟିର ଅଡିଓ ଭାଇରାଲ ହେଉଛି । ଆଜି ସାଂସଦ ପପ୍ପୁ ୟାଦବଙ୍କୁ ୱାଟସଆପରେ ଏକ ଫୋନ କଲ ଆସିଥିଲା । ଆଉ ନିଜକୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ କହିବା ସହ ଧମକ ଦେଇଥିଲେ । ସୋସିଆଲ ମିଡିଆରେ ବର୍ତମାନ ଭାଇରାଲ ହେଉଛି ଏହି ଅଡିଓ କଲ ।
ପପୁଙ୍କ ଘରର ଠିକଣା ଆଉ କେତେ ଯାଗାରେ ପପୁଙ୍କ ଘର ରହିଛି, ସେସବୁ ଘର ଉପରେ ନଜର ରଖାଯାଇଛି ବୋଲି ଲରେନ୍ସ ଗ୍ୟାଙ୍ଗସର ସଦସ୍ୟ କହିଥିଲେ । ବାବା ସିଦ୍ଧିକିଙ୍କ ହତ୍ୟା ପରେ ପପୁ ଯାଦବ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ଏହି ହତ୍ୟାକାଣ୍ଡ ଲଜ୍ଜାଜନକ, ଯଦି ଆଇନ ଅନୁମତି ଦିଏ ତେବେ ଲରେନ୍ସ ଭଳି ୨ଟଙ୍କିଆ ଗ୍ୟାଙ୍ଗକୁ ପୁରା ସମାପ୍ତ କରିଦେବି । ଏହାପରେ ଏଭଳି ଧମକ ଦେଇଛନ୍ତି ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗର ସଦସ୍ୟ ଆଉ କହିଛନ୍ତି ସୁଧୁରିଯାଅ ନହେଲେ କଂଚା ଚୋବାଇଦେବୁ
ଏପରିକି ଲରେନ୍ସ ଜେଲରୁ ପପୁ ଯାଦବଙ୍କ ସହ କଥା ହେବାକୁ ଚାହୁଥିଲା ହେଲେ ପପୁ ଯାଦବ ଫୋନ ଉଠାଇନଥିଲେ ତେଣୁ ତାଙ୍କର ଓଲଟା ଗଣତି ଆରମ୍ଭ ହେଲା ବୋଲି କଲରେ ଧମକ ଦେଇଛନ୍ତି ଲରେନ୍ସ ଗ୍ୟାଙ୍ଗ । ଏହା ପରେ ପପୁ ଯାଦବଙ୍କୁ ସାମ୍ବାଦିକ ସମ୍ମିଳନୀରେ ଏହି କଲ ଉପରେ ପ୍ରଶ୍ନ ପଚରାଯାଇଥିଲା ହେଲେ ପପୁ ସାମ୍ବାଦିକଙ୍କ ଉତ୍ତର ଦେଇନଥିଲେ ।