କନକ ବ୍ୟୁରୋ : ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା । ଆସାମ ପରି  ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ  ଆସିବ କଡ଼ା ଆଇନ । ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି । ଏହି ବଡ଼ ସୂଚନା ଦେଇଛନ୍ତି  ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୋ ଚାଲାଣ  ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ  ସ୍ପଷ୍ଟ  ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ମନ୍ତ୍ରୀ ସୂଚନା  ଦେଇଛନ୍ତି ।

Advertisment

ରାଜ୍ୟ ଗୋ ହତ୍ୟା ରୋକିବା ପାଇଁ ଆସିବାକୁ ଥିବା ବିଲକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ବିଜେଡି କହିଛି, ପ୍ରଥମେ ଚିହ୍ନଟ କରାଯାଉ, କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକ୍ରି କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ ନକରିବାକୁ ଦଳ କହିଛି । କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛି । ବିଦେଶକୁ ଗୋମାଂସ  ପଠାଇବାରେ  ଉତ୍ତରପ୍ରଦେଶ  ପ୍ରଥମ,  ଦ୍ବିତୀୟରେ ମଧ୍ୟପ୍ରଦେଶ ରହିଛି । ସେଠାରେ  ମାଂସ’କୁ  କାଟିବାକୁ ଫ୍ୟାକଟ୍ରି ହୋଇଛି । ସେଥିରେ କେଉଁ ଦଳ ସଂପୃକ୍ତ, ତାହା ଜାଣିବା ଦରକାର । ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।