କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ଆଇନକୁ ନେଇ ବଡ ବୟାନ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । କହିଛନ୍ତି, ‘ପ୍ରଭୁ ଜଗନ୍ନାଥଙ୍କ ଆଇନ ପରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦୀର ପାଇଁ ମଧ୍ୟ ଆଇନ ପ୍ରଣୟନ କରାଯିବ।
ବିଧାୟକ ଆହୁରି ମଧ୍ୟ କହିଛନ୍ତି ‘ମୁଁ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲି। ଏବେ ସେ ମଧ୍ୟ ସମ୍ମତି ଜଣାଇଛନ୍ତି । ଏକଥା ବର୍ତ୍ତମାନ ମୁଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି। ଏ କଥାକୁ ତ୍ଵରାନିତ କରାଯାଉଛି। ବିଗତ ସରକାର ଏକାମ୍ର ପ୍ରକଳ୍ପ ଓ ଆଇନ ପାଇଁ କେବଳ କଥା କହୁଥିଲେ। ମୁଁ ରିଭ୍ୟୁ କଲା ପରେ ଜାଣିଲି ଏକାମ୍ର ପ୍ରକଳ୍ପର ମାତ୍ର ୫ ପ୍ରତିଶତ କାମ ହୋଇଛି । ଜମି ଅଧିଗ୍ରହଣ ଏଯାଏଁ ହୋଇନାହିଁ। ସେମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି। ନୂଆ ସରକାର ପ୍ରକଳ୍ପର ସ୍ୱପ୍ନକୁ ପୂରଣ କରିବା ପାଇଁ ମଧ୍ୟ ତତ୍ପର ଅଛୁ ।ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ’ ।