କନକ ବ୍ୟୁରୋ : ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ସ୍ଥିତି । ପୁଲିସକୁ ଯେମିତି କାହାରି ଡର ନାହିଁ । କେଉଁଠି ହତ୍ୟା ପୁଣି କେଉଁଠି ଲୁଟ୍ପାଟ । ଠିକ୍ ସେମିତି ଆଜି ଭୁବନେଶ୍ୱରର ସାଲିଆସାହିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଘରେ ପୁଅ ନଥିବା ବେଳେ ରାତି ପ୍ରାୟ ଗୋଟାଏ ଚାଳିଶରେ ସାଲିଆ ସାହିରେ ରହୁଥିବା ରୀନା ମହାନ୍ତି ଓ ତାଙ୍କ ୫ବର୍ଷର ଝିଅକୁ ଅଚାନକ୍ ୭ଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପୁଅ ନଥିବା ବେଳେ ଏମାନେ ଘରେ ପଶି ରୀନାଙ୍କୁ ୫ଟି ଖଣ୍ଡା ଓ ପାଇପ୍ରେ ଆକ୍ରମଣ କରି ସୁନା ଚେନ୍ ଓ ୧୦ହଜାର ଟଙ୍କା ନେଇଯାଇଛନ୍ତି । ଆକ୍ରମଣର କାରଣ ଏଯାଏଁ ଜଣା ପଡ଼ିନଥିବା ବେଳେ ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/05/ebmxT5J1jGllG3HuQcZs.jpg)