କନକ ବ୍ୟୁରୋ: ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ । ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ । ଉନ୍ନୟନ କମିଶନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶିଘ୍ର ପଦକ୍ଷେପ ନେବେ। ସେହି ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବ ସରକାରରେ ୨୩ ଟି ରିପୋର୍ଟ ଚାପିଥିଲେ। ଆମେ ସେହି ଲାଇନ୍ ରେ ଯିବୁନାହିଁ ।
ସୂଚନାମୁତାକ, ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ। ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/03/prithviraj-harichandan-2025-09-03-14-29-53.jpg)