କନକବ୍ୟୁରୋ : ତିରୁପତି ବାଲାଜୀ ମନ୍ଦିର ଲଡୁରେ ବ୍ୟବହୃତ ଘିଅକୁ ନେଇ ବିବାଦ ଉପୁଜିବା ପରେ ଏହାର ପ୍ରଭାବ ଓଡ଼ିଶାରେ ପଡିଛି । ମହାପ୍ରସାଦର ଶୁଦ୍ଧତା ବଜାୟ ରଖିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ଶୁଦ୍ଧ ହେବ ମାନ ପରୀକ୍ଷା। ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ଏହାର ମାନ ପରୀକ୍ଷା କରିବେ ଫୁଡ୍ ଇନ୍ସପେକ୍ଟର । 

Advertisment

ମହାପ୍ରସାଦକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଯେପରି ପ୍ରଶ୍ନ ନ ଉଠେ ସେଥିପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି । ସେପଟେ ସରକାରଙ୍କୁ ନିଷ୍ପତ୍ତିକୁ ସର୍ତ୍ତ ସହ ସ୍ବାଗତ କରିଛନ୍ତି ସେବାୟତ । କହିଛନ୍ତି ଅବଢାର ଶୁଦ୍ଧତା ବଜାୟ ରଖିବାକୁ ଯାଇ ମହାପ୍ରସାଦ ପ୍ରସ୍ତୁତି ପରେ ଏହାର ଯାଞ୍ଚ କରାନଯାଉ । ଅନ୍ୟପଟେ ଅବଢା ପ୍ରସ୍ତୁତି ପୂର୍ବରୁ ଏଥିରେ ବ୍ୟବହୃତ ଉପାଦାନର ଯାଞ୍ଚ କରାଯାଉ ବୋଲି ଭକ୍ତ କହିଛନ୍ତି ।