କନକ ବ୍ୟୁରୋ : ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ଦୀପକ ରାଉତକୁ ନେଇ ବଡ଼ ସୂଚନା । ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ନୁହେଁ, ଯୋଜନାବଦ୍ଧ ହତ୍ୟା ବୋଲି ବିଧାନସଭାରେ ଖୁଲାସା କରିଛନ୍ତି ଆଇନ୍ ମନ୍ତ୍ରୀ । ସେ କହିଛନ୍ତି, ୨୦୨୨ରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ଦୀପକ । ସେତେବେଳେ ରାଜ୍ୟରେ ଥିଲା ବିଜେଡି ସରକାର । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡ଼ିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ଏବଂ କାହା ସ୍ୱାର୍ଥରେ ଲୁଚାଇ ଦିଆଯାଇଥିଲା, ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଆଇନ୍ ମନ୍ତ୍ରୀ ।

Advertisment