କନକବ୍ୟୁରୋ : ୨୦ ତାରିଖରୁ ଶ୍ରୀ ମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ , ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର । ନୂଆ ବର୍ଷ ବେଳେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର ।
ମାର୍କେଟ ଛକ ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଛିଡା ହେଲା ବେଳେ ଭକ୍ତ ମାନଙ୍କୁ ପାଣି ଯୋଗାଇ ଦିଆଯାଉଛି । ଏହାସହ କୁଳର କିମ୍ବା ଫ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି । ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ ।