କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ,ଆଇନ୍‌ମନ୍ତ୍ରୀ କହିଲେ ହେବ ତଦନ୍ତ । ସେ କହିଛନ୍ତି,ମହାପ୍ରଭୁ ଜଗନ୍ନାଥଙ୍କ ଧାମ ସହ ବିଶ୍ଵର କୌଣସି ଜଗନ୍ନାଥ ମନ୍ଦିରକୁ ତୁଳନା କରିବା ଅପ୍ରାସଙ୍ଗିକ ଏବଂ ଅଗ୍ରହଣୀୟ । ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ଯେଉଁ ଘଟଣାକୁ ନେଇ ଆଲୋଚନା ହେଉଛି,ସେ ସବୁ ସତ କି ମିଛ, ତାହା ତଦନ୍ତ ସରିବା ପରେ ଜଣାପଡ଼ିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଜଗନ୍ନାଥଙ୍କ ଦାରୁର ବଳକା କାଠରେ ମୂର୍ତ୍ତୀ ତିଆରି କରି ବାହାରକୁ ନେବା । ଏ ସବୁ ବାବଦରେ ଚର୍ଚ୍ଚା ଆଲୋଚନା ହେଉଛି ।

Advertisment

ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି । ଯଦି ଏଥିରେ କାହାର ମନ୍ଦ ଉଦ୍ଦେଶ୍ୟ ଅଛି, ସେହି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବ । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ,ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଲେଖା ଯିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଆଇନ ମନ୍ତ୍ରୀ । କାରଣ ଚାରି ଧାମ ମଧ୍ୟରୁ ଜଗନ୍ନାଥଙ୍କ ପୁରୀ ଧାମ ଗୋଟିଏ । ତେଣୁ ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ସବୁ ଧର୍ମର ଲୋକ ଦୀଘା ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ନେଇ ମଧ୍ୟ ବ୍ୟକ୍ତିଗତ ଭାବେ ଆପତ୍ତି ଅଛି ।