କନକ ବ୍ୟୁରୋ: ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିବା ପରେ ଏବେ ସନ୍ଦେହ ବଢ଼ିବାରେ ଲାଗିଛି । ନବ ଦାସଙ୍କ ହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଛି ବୋଲି ଧାରଣା ସୃଷ୍ଟି ହେଲାଣି । ଏସବୁ ଭିତରେ ସରକାର କି ପଦକ୍ଷେପ ନେଉଛନ୍ତି, ଦୀପାଳି ଲିଖିତ ଅଭିଯୋଗ କରୁଛନ୍ତି କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର ।
ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ବଢୁଥିବାବେଳେ ବଡ ନିଷ୍ପତ୍ତି ନେବାକୁ ବିଚାର କରୁଛନ୍ତି ସରକାର । ଏନେଇ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ଏଥିସହ ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି, ସେ ସମୟରେ ଭୟର ବାତାବରଣ ଥିଲା ବୋଲି ଅନେକ ଲୋକ ମୁହଁ ଖୋଲୁ ନଥିଲେ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇ ଯାଇଛି। ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ସେହି ସବୁ ତଥ୍ୟକୁ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ ।
ବିଶ୍ବ୍ସସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଚାରିଆଡୁ ଦାବି ହେବା ପରେ ଏହାକୁ ଅତି ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସ୍ଥିତିରେ ଏହି ମାମଲାରେ ସରକାରଙ୍କ ପରବର୍ତି ପଦକ୍ଷେପ କଣ ରହିବା ଆବଶ୍ୟକ ସେ ନେଇ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/01/23/YjMEozXqzoNjYTv9awMz.jpg)