ମମତାଙ୍କ ଅଭିଯୋଗର ଜବାବ ରଖିଛି ବିଜେପି ; ଆଇନ ମନ୍ତ୍ରୀ କହିଲେ ,ପ୍ରଥମେ ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା କଥା ବୁଝନ୍ତୁ ମମତା

କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡାଲ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି ।

29

କନକ ବ୍ୟୁରୋ : କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ,ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା ଥିଲା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡେଲ୍‌ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦି ପବର୍ତ୍ତାଇବାକୁ ଚାହିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କଥା । ଓଡ଼ିଶାରେ ଯେତବେଳେ ଵି ହିଂସା ହୋଇଛି ତାକୁ ସରକାର ସଠିକତାର ସହ ହ୍ୟାଣ୍ଡେଲ୍‌ କରିଆସିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି , ପଶ୍ଚିମବଙ୍ଗରେ ପ୍ରତିଦିନ କ’ଣ ଘଟୁଛି ସେକଥା ମମତା ବାନାର୍ଜୀ ଠିକ୍‌ ଢଙ୍ଗରେ ଦେଖିଲେ ସେ ଅନୁଭବ କରିବେ ତାଙ୍କର ବିଫଳତା, ଅକ୍ଷମତାର କାରଣ । ପଶ୍ଚିମବଙ୍ଗରେ ଆଜି ଆଇନ ଶୃଙ୍ଖଳା ଧୂସ୍ତ ହୋଇଛି , ସେ କଥା ସେ ଅନୁଧ୍ୟାନ କରନ୍ତୁ । ମମତାଙ୍କ ଟିପ୍ପଣୀ ଓଡ଼ିଶା ବାସି ଆଶା କରୁନାହାନ୍ତି । ସରକାର ଉପରେ ଓଡ଼ିଶାବାସୀଙ୍କ ଭରସା ଅଛି , ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା । ଓଡ଼ିଶାର ଭାଷା, ସଂସ୍କୃତିକୁ ବଦନାମ କରିବାକୁ ସେ କୌଣସି ସୁଯୋଗ ଛାଡ଼ିନାହାନ୍ତି । ପଶ୍ଚିମବଙ୍ଗଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe