ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ; ଆଇନମନ୍ତ୍ରୀ କହିଲେ, ଦୋଷୀ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ।  ପୃଥ୍ବୀରାଜ ହରିଚନ୍ଦନ କହିଲେ ସୁରକ୍ଷାରେ ବ୍ୟାଘତ ସୃଷ୍ଟି ପାଇଁ ଉଦ୍ୟମ କଲେ ନିଆଯିବ କଠୋର କାର୍ୟ୍ୟାନୁଷ୍ଠାନ । ଭୋର ୪ଟା ୧୦ରେ ଡ୍ରୋନ୍‌ ଉଡୁଥିବାର ଭିଡିଓ ହୋଇଛି କଏଦ ।

eeeeeeeggg

କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମଝିରେ ମଝିରେ ଯଦି କୌଣସି ଦୃର୍ବୁତ୍ତ ଶ୍ରୀମନ୍ଦିର ସିକ୍ୟୁରିଟି ଉପରେ ଆକ୍ରମଣ କରିବାକୁ ବା ବ୍ୟାଘାତ କରିବାକୁ ଚେଷ୍ଟା କରିବେ ତେବେ ଆଇନଗତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଆଜି ଭୋର ସମୟରେ ଶ୍ରୀ ମନ୍ଦିର ଉପରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା କ୍ଷ ନୋ ଫ୍ଲାଇଙ୍ଗ ଜୋନ୍‌ରେ କିଏ ଓ କଣ ପାଇଁ ଉଡାଇଛି ଡ୍ରୋନ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ କ୍ଷ ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁରୁ ଆକ୍ରମଣ ରୋକିବାକୁ ପୋଲିସ ଓ ପ୍ରଶାସନ ତତ୍ପର ହେଉଥିବାବେଳେ ପୁଣି କଣ ପାଇଁ ଡ୍ରୋନ ଉଡ଼ାଗଲା ତାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ କ୍ଷ ଭୋର ସମୟରେ ଏହି ଡ୍ରୋନ କ୍ୟାମେରା ନୀଳଚକ୍ର ଉପରେ ଉଡୁଥିବାର ନଜରକୁ ଆସିଛି କ୍ଷ ପୂର୍ବରୁ ୨୦୧୪, ୨୦୧୭, ୨୦୧୯, ୨୦୨୨, ୨୦୨୪ ମସିହାରେ ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ କ୍ଷ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିବା ସେତେବେଳେ ବିଭିନ୍ନ ଗୁଇନ୍ଦା ବିଭାଗ ସଂସ୍ଥା ଓ ଏଏନଆଇ ପକ୍ଷରୁ ଏଭଳି ଚିତ୍ର ଉତୋଳନ ନେଇ ନାନା ଟିପଣି ପ୍ରଦାନ କରାଯାଇଥିଲା କ୍ଷ ସଦାସର୍ବଦା ଆତଙ୍କବାଦୀ ଟାର୍ଗେଟ ରେ ରହିଥିବା ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡିଲା ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe