କନକ ବ୍ୟୁରୋ : ଶ୍ରୀମନ୍ଦିର ଦାରୁ କାଠ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ,ବଳକା ଦାରୁ କାଠରେ ବିଗ୍ରହ ତିଆରି ହେବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ । ଦୀଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ବଳକା ଦାରୁରେ ହୋଇନାହିଁ ବରଂ ନିମ କାଠରେ ବିଗ୍ରହ ତିଆରି ହୋଇଛି । ଏହି ବିଗ୍ରହ ଭୁବନେଶ୍ବରରୁ ତିଆରି ହୋଇ ଦୀଘା ଯାଇଛି ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ସେହିପରି ସେବାୟତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ଯାହା ମନ୍ତବ୍ୟ ରଖୁଛନ୍ତି, ସେଥିପାଇଁ ମାର୍ଗଦର୍ଶିକା ଆସିବ ।
ସେହିପରି ଦଇତାପତି ନିଯୋଗ ସଭାପତି ଯେଉଁ ବୟାନ ଦେଇଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ ବୋଲି ଖୋଦ୍ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ଭୁବେନେଶ୍ୱରରେ ସୁଦର୍ଶନ ମହାରଣା ପାଖରୁ ତିଆରି କରି ନେଇ ସେ ଲିଖିତ ଜଣାଇଛନ୍ତି । ଭୁବନେଶ୍ୱରରେ ଲିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ମଧ୍ୟ ସ୍ୱୀକାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/05/Tzij8ukzIZJT3rbf3t9i.jpg)