କନକ ବ୍ୟୁରୋ: ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ବଳକା ଦାରୁ କାଠ ଦେବା ବିବାଦ ଏବେ ଘନେଇବାରେ ଲାଗିଛି । ଏହି ଘଟଣା ଜଣାପଡିବା ପରେ ଗଣମାଧ୍ୟମରେ ଲଗାତାର ଏହି ଖବର ପ୍ରସାର ହେବା ଦ୍ବାରା ଓଡିଶାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେଣୁ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଳକା ଦାରୁ କାଠରେ ଅନ୍ୟ ସ୍ଥାନରେ ଠାକୁରଙ୍କ ବିଗ୍ରହ ନିର୍ମାଣ ହେବା ଅଗ୍ରହଣୀୟ ବୋଲି କହିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି । ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି । ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଏହାକୁ ନେଇ ଓଡ଼ିଶାରେ ବିରୋଧର ବହ୍ନି ଜଳିବା ଆରମ୍ଭ ହେଲାଣି ।