ନବ ଦାସ ହତ୍ୟାକାଣ୍ଡ ମାମଲାରେ  ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ : ଆଇନ ମନ୍ତ୍ରୀ

ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି।

ଆଇନମନ୍ତ୍ରୀ

ଆଇନମନ୍ତ୍ରୀ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ : ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏ ଘଟଣା ନବୀନ ସରକାରଙ୍କ ସମୟରେ ଘଟିବା ସହ ସେ ସରକାର ସମୟରେ ଅନେକ ମାସ ମିତିଯିବା ପରେ ବି ଏବେ ବିଜେପି ସରକାରଙ୍କୁ ଦୋଷ ଦେବାରେ ଲାଗିଛନ୍ତି ବିରୋଧୀ ଏବଯ ତାଙ୍କ ଝିଅ ଦୀପାଳି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି।

ସେ ଆହୁରି ମଧ୍ୟ କହିଛନ୍ତି,  ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି  ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe