ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ' କମିଶନ : ଆଇନ ମନ୍ତ୍ରୀ

ସୁଶାସନ ପ୍ରତିଷ୍ଠା ପାଇଁ ଲ’।କମିଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଲ’ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

New Project (35)lw

କନକ ବ୍ୟୁରୋ: ସୁଶାସନ ପ୍ରତିଷ୍ଠା ପାଇଁ ଲ’।କମିଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଲ’ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

ରାଜ୍ୟକୁ କମିଶନର ଆବଶ୍ୟକତା ଥିଲା, ୨୦୧୮ ମସିହା ପରଠୁ ରାଜ୍ୟ ସରକାର ଉଚିତ ମଣି ନଥିଲେ।  ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ନୀତିନିୟମର ତର୍ଜମା କରିବ ।  ଦରକାରୀ ନିୟମର ପରିବର୍ତ୍ତନ କରିବ, ଆବଶ୍ୟକୀୟ ସଂଶୋଧନ କରିବ । ଅନାବଶ୍ୟକ ଆଇନକୁ ଖୋଜି ବାହାର କରିବା, ତର୍ଜମା କରି କମିଶନ ରାଜ୍ୟ ସରାକରଙ୍କୁ ସୁପାରିଶ କରିବେ କମିଶନ । ଏହାଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ  ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ।  କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା।  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିଶନ ଗଠିତ ହୋଇଛି ।  ଆଉ ଜଣେ ସଦସ୍ୟ ଆଇନ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରଫେସରଙ୍କୁ ଯୋଡ଼ାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe