ଜଗନ୍ନାଥଙ୍କ ଜମି ପାଇଁ କଠୋର ସରକାର ; ବେଆଇନ ଭାବେ ଜମି ବିକ୍ରି କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଜଗନ୍ନାଥ ଜମି ପାଇଁ କଠୋର ସରକାର । ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ ଆକ୍ସନ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଚେତାବନୀ । କ୍ରେତା, ବିକ୍ରେତା, ସବରେଜିଷ୍ଟ୍ରାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

593333

କନକ ବ୍ୟୁରୋ: ଜଗନ୍ନାଥ ଜମି ପାଇଁ କଠୋର ସରକାର। ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ ଆକ୍ସନ ।  ଆଇନମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନଙ୍କ ଚେତାବନୀ। କହିଲେ କ୍ରେତା, ବିକ୍ରେତା, ସବରେଜିଷ୍ଟ୍ରାରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ବାସେଳୀ ସାହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୃଥ୍ୱୀରାଜ  ହରିଚନ୍ଦନ । 

ଅନ୍ୟ ପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ । ୨୦୦୩ ୟୁନିଫର୍ମ ପଲିସୀ ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ । ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକରେ ଦୀର୍ଘ ଦିନ ଧରି ଲୋକେ ଜବରଦଖଲ କରିଛନ୍ତି । ଏହି ପ୍ରକ୍ରିୟା ଫଳରେ ସେ ଜମି ମୁକ୍ତ ହୋଇପାରିବ । ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ ରୁ ୧୦ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇପାରିବ । ସର୍ବନିମ୍ନ ପରିମାଣର ଜମିକୁ ରିହାତି ଦରରେ ବିକ୍ରି କରାଯିବ । ଅଧିକ ଜମି ଆବଶ୍ୟକ ଥିଲେ, ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ।  

ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। କେବଳ ମହାପ୍ରଭୁଙ୍କୁ ନେଇ ରାଜନୀତି ଛଡ଼ା ଆଉ କିଛି କଥା ନାହିଁ ବିଜେପି ସରକାରର।  ଏଯାଏ ମ୍ୟାନେଜିଂ କମିଟି କରିପାରୁ ନଥିବା କହିଛି ବିଜେଡି। ଯଦି ବିକ୍ରି ହୋଇଛି ଜଗନ୍ନାଥ ଜମି ତାହାଲେ ରାଜସ୍ଵ ବିଭାଗ ରେକର୍ଡ ଯାଞ୍ଚ କରୁନାହାଁନ୍ତି। ଲୋକଙ୍କ ଜମି ଜମା ରେକର୍ଡ ଭୁକ୍ତ କରିପାରୁ ନାହାଁନ୍ତି। ନିଜ ଭୁଲ ଲୁଚେଇବା ପାଇଁ ଏଭଳି ବୟାନ ବାଜି। ମଲା ମିରିଗରେ ପାହାର ପକେଇ କହୁଛନ୍ତି ଶୀକାର କଲୁ। ଆଗ ଲୋକଙ୍କୁ ପଟା ଦିଅନ୍ତୁ। ଅଯଥା ରାଜନୀତି କରନ୍ତୁନି।  ମହାପ୍ରଭୁ ଙ୍କ ନୀତିକାନ୍ତି ସ୍ଵୟଂ ମହାପ୍ରଭୁ ହିଁ କରନ୍ତି।  ଯେଉଁମାନେ କହୁଛନ୍ତି କର୍ପସ ଫଣ୍ଡରେ ନୀତିକାନ୍ତି କରାଇବେ ସେ ସରକାର ଶୀଘ୍ର ଭାଙ୍ଗି ଯିବ ବୋଲି ବିଜେଡି ସାଂସଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe