କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ ନେଇ ଆଇନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ତାହା ମନ୍ଦିରର କୌଣସି କାମରେ ଲାଗୁନାହିଁ । ତେଣୁ ଜବରଦଖଲ ହୋଇଥିବା ଜମିକୁ କିଭଳି ଉଦ୍ଧାର କରାଯିବ ତା ଉପରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ । ଏହାସହ ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତଙ୍କ ପାଇଁ ସରକାର ୟୁନିଫର୍ମ ପଲିସୀ ଆଣିବାକୁ ଯାଉଥିବା କଥା ସେ ସୂଚନା ଦେଇଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ପର୍ଯ୍ୟାୟକ୍ରମେ ୟୁନିଫର୍ମ ପଲିସୀ ଲାଗୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ୧୦ ହଜାର କୋଟି ଟଙ୍କା କପର୍ସ ଫଣ୍ଡ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ରାଜ୍ୟର ସମସ୍ତ ମନ୍ଦିରରେ ନୀତିକାନ୍ତି ପାଇଁ ସ୍ୱବନ୍ଦୋବସ୍ତ କରାଯିବ ।