ରାଜ୍ୟରେ ବଢି ଚାଲିଛି ଆଇନଶୃଙ୍ଖଳା ସ୍ଥିତି, ହେଲେ ଚାରି ବର୍ଷ ହେବ ହୋଇପାରିନି ପୁଲିସ ଅଧିକାରୀ ସମ୍ମିଳନୀ

ସମ୍ମିଳନୀରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇବ, ତାହା ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏହି ସମ୍ମିଳନୀରେ ରାଜ୍ୟର ଆଇନଶୃଙ୍ଖଳା ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ନେଇ ଆଲୋଚନା ହେବ ।  ସମ୍ମିଳନୀରେ ସବୁ ଜିଲ୍ଲାର ଏସପି, ଡିସିପି, ବିଭିନ୍ନ ବାଟାଲିୟନର କମାଣ୍ଡାଣ୍ଟ୍, ଗୁଇନ୍ଦା, ଜେଲ, ଅଗ୍ନିଶମ, ଭିଜିଲାନ୍ସ ଓ ରେଳବାଇ ଆଦିରେ କାର୍ୟ୍ୟରତ ରାଜ୍ୟର ବରିଷ୍ଠ ପୁଲିସ ଅଫିସରଙ୍କ ସମେତ ସମସ୍ତ ଆଇପିଏସ୍ ଅଧିକାରୀ ଯୋଗଦେଇ ଆଲୋଚନା କରିବେ ।

18

କନକ ବ୍ୟୁରୋ : ରାଜ୍ୟରେ କିଛି ଦିନ ହେବ ଆପରାଧିକ କାର୍ୟ୍ୟକଳାପ ବଢୁଥିବାରୁ ତାହା ଏବେ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ସମାଲୋଚିତ ହେଉଛନ୍ତି । ଏମିତି ସ୍ଥିତିରେ ‘ପୁଲିସ ଅଧିକାରୀ’ ସମ୍ମିଳନୀ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ସମ୍ମିଳନୀ ହେବ । ଅନ୍ୟପକ୍ଷରେ ଯେ କୌଣସି ମୁହୂର୍ତ୍ତରେ ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ । ତେବେ ସମ୍ମିଳନୀ ପୂର୍ବରୁ ଏହା ହେବ କି ସମ୍ମିଳନୀ ପରେ ଏହା ହେବ ତାହା ସ୍ପଷ୍ଟ ହୋଇନାହିଁ । 

ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ପୁଲିସ ଉପରେ ଚାପ ବଢ଼ିବାରେ ଲାଗିଛି । ଗୋପାଳପୁରରେ ଛାତ୍ରୀ ଗଣଦୁଷ୍କର୍ମ, ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଘଟଣା, ପୁରୀ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା, ବଳଙ୍ଗାରେ ନାବାଳିକା ମୃତ୍ୟୁ ସମେତ ରାଜ୍ୟର ଅପରାଧ ବୃଦ୍ଧି ଯୋଗୁ ପୁଲିସର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠିଲାଣି ଖାସ୍ ଏହି କାରଣ ପାଇଁ ସରକାର ବଦନାମ ମୁଣ୍ଡାଉଛନ୍ତି । ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି। ଅନ୍ୟପଟେ ନୂଆ ସରକାର ଆସିବା ପରେ କିଛି ଦକ୍ଷ ଅଧିକାରୀ କୋଣଠେସା ହୋଇଥିବା ଅଭିଯୋଗ ହୋଇଛି। ଏସବୁରେ ସୁଧାର ସହିତ ଅଧିକାରୀଙ୍କ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରାଯାଇ ନୂଆ ଟିମ୍ ଗଠନ କରାଯିବ । ଏଭଳି ସଂକେତ ମିଳିଛି ତେଣୁ କିଏ ସରକାରଙ୍କ ଆସ୍ଥାଭାଜନ ହେବେ ? କାହାକୁ ସରକାର ବଡ଼ ଦାୟିତ୍ଵ ଦେବେ ? ତାକୁ ନେଇ ଏବେଠୁ ବିଭିନ୍ନ ସ୍ତରରେ ଲବି ଆରମ୍ଭ ହେଲାଣି । ଏହି ସମ୍ମିଳନୀ ସମ୍ପାଦକ ଭାବେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସହସମ୍ପାଦକ ଭାବେ ଅନୁପ ସାହୁଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି । 

ସମ୍ମିଳନୀରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇବ, ତାହା ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏହି ସମ୍ମିଳନୀରେ ରାଜ୍ୟର ଆଇନଶୃଙ୍ଖଳା ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ନେଇ ଆଲୋଚନା ହେବ ।  ସମ୍ମିଳନୀରେ ସବୁ ଜିଲ୍ଲାର ଏସପି, ଡିସିପି, ବିଭିନ୍ନ ବାଟାଲିୟନର କମାଣ୍ଡାଣ୍ଟ୍, ଗୁଇନ୍ଦା, ଜେଲ, ଅଗ୍ନିଶମ, ଭିଜିଲାନ୍ସ ଓ ରେଳବାଇ ଆଦିରେ କାର୍ୟ୍ୟରତ ରାଜ୍ୟର ବରିଷ୍ଠ ପୁଲିସ ଅଫିସରଙ୍କ ସମେତ ସମସ୍ତ ଆଇପିଏସ୍ ଅଧିକାରୀ ଯୋଗଦେଇ ଆଲୋଚନା କରିବେ ।

ଶେଷ ଥର ପାଇଁ ୨୦୨୧ ଡିସେମ୍ବର ୧୭ତାରିଖରେ ତତ୍‌କାଳୀନ ପୁଲିସ ଡିଜି ଅଭୟଙ୍କ ନେତୃତ୍ବରେ ୩ଦିନିଆ ‘ବରିଷ୍ଠ ପୁଲିସ ଅଧିକାରୀ’ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହା ପର ଠାରୁ ଆଉ ସମ୍ମିଳନୀ ହୋଇନଥିଲା । ଯଦିଓ କୋଭିଡ଼୍  ପାଇଁ ବନ୍ଦ ଥିବା କୁହାଯାଉଥିଲା, ହେଲେ ପରବର୍ତ୍ତୀ ସମୟରେ କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ମଧ୍ୟ ଏହି ସମ୍ମିଳନୀ ହୋଇ ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe