ଯାଜପୁର ବରୀରେ ବପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଉପରେ ତୁଟୁଛି ଭରସା

Advertisment

 ଘରେ ପଶି ଟାଣି ନେଇ ମାଡ଼ ମାରୁଛନ୍ତି ଦୁବୃର୍ତ୍ତ। ମହିଳାଙ୍କୁ ବିଚ୍‌ ରାସ୍ତାରେ ପକାଇ ପିଟୁଛନ୍ତି। ଆଉ ଏଭଳି ସମ୍ବେଦନଶୀଳ ଘଟଣାରେ ଦୁଇଦୁଇ ଥର ଅଭିଯୋଗ ପରେ ବି ପୁଲିସ୍‌ ସନ୍ତୋଷଜନକ ପଦକ୍ଷେପ ନେଇପାରୁନି। ଫଳରେ ଲୋକ ପୁଲିସକୁ  ଭରସା କରିପାରୁନାହାନ୍ତି। ତୁରନ୍ତ ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣା ନେଇ ଚେତାବନୀ ଦେଇଛନ୍ତି ଶତାଧିକ ମହିଳା।

 ଘରେ ପଶି ଟାଣି ନେଇ ମାଡ଼ ମାରୁଛନ୍ତି ଦୁବୃର୍ତ୍ତ। ମହିଳାଙ୍କୁ ବିଚ୍‌ ରାସ୍ତାରେ ପକାଇ ପିଟୁଛନ୍ତି। ଆଉ ଏଭଳି ସମ୍ବେଦନଶୀଳ ଘଟଣାରେ ଦୁଇଦୁଇ ଥର ଅଭିଯୋଗ ପରେ ବି ପୁଲିସ୍‌ ସନ୍ତୋଷଜନକ ପଦକ୍ଷେପ ନେଇପାରୁନି। ଫଳରେ ଲୋକ ପୁଲିସକୁ  ଭରସା କରିପାରୁନାହାନ୍ତି। ତୁରନ୍ତ ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣା ନେଇ ଚେତାବନୀ ଦେଇଛନ୍ତି ଶତାଧିକ ମହିଳା।

A3

କନକ ବ୍ୟୁରୋ : ବରୀ ପୋଲିସ ଉପରୁ ଆସ୍ଥା ହରାଉଛନ୍ତି ବରୀ ବାସି। ନ୍ୟାୟ ଦେବାରେ ବରୀ ପୋଲିସ ବିଫଳ। ବଢୁଛି ଅସନ୍ତୋଷ। ସନ୍ତୋଷ ମୃତୁ ଘଟଣା ହେଉ କିମ୍ବା ଦେବେସ୍ ଭଞ୍ଜ ଘଟଣା ହେଉ କିମ୍ବା ଚୋରା ମଦ ବ୍ୟବସାୟ ଘଟଣା। ନ୍ୟାୟ ଦେବାରେ ବରୀ ପୋଲିସର  କାର୍ଯ୍ୟ ଦକ୍ଷତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଘଟଣା ପରେ ଘଟଣା ଘଟୁଥିବା ବେଳେ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ।

ବରୀ ପୁଲିସ୍‌ ଉପରେ ଲୋକଙ୍କର ଆଉ ଭରସା ପାଉନି। ଢିଲା କାର୍ଯ୍ୟାନୁଷ୍ଠାନ, ବେପରୁଆ ମନୋଭାବ ପାଇଁ ବରୀରେ ଜଳୁଛି ଅସନ୍ତୋଷର ବହ୍ନି। ଗତ ୨୬ ତାରିଖରେ ଅନ୍ୟାସପୁର ପଞ୍ଚାୟତ ଖର୍ଦ୍ଦା ସାହିର ଗୁପ୍‌ଚୁପ୍‌ ବେପାରୀ ଦିବାକର ସାହୁଙ୍କ ଘରେ କିଛି ଯୁବକ ସଂଘବଦ୍ଧ ଭାବେ ପଶି ଆକ୍ରମଣ କରିଥିଲେ। ଦିବାକରଙ୍କ ପୁଅଙ୍କ କଲର୍‌ ଘୋଷାଡ଼ି ଦାଣ୍ଡରେ ପକାଇ ମାଡ଼ ମାରି ଚାଲିଥିଲେ ଯୁବକ। ବାପା, ମା’ ଅଟକାଇବାରୁ ସେମାନଙ୍କୁ ଚୁଟି ଘୋଷାରି ତଳେ ପକାଇ ପିଟିଥିଲେ। ପରେ ସେହି ଦୁର୍ବୃତ୍ତ ତ୍ରିଲୋଚନ ସାହୁଙ୍କ ଘରେ ପଶି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ବେକରେ କଟୁରୀ ଲଗାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ବରୀ ଥାନାରେ ଲିଖିତ ଅଭିଯୋଗକୁ ୪ ଦିନ ବିତିଲାଣି, ଆଜି ବି ପୁଲିସର ତଦନ୍ତ ବାଟବଣା! ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ଅଭିଯୋଗକାରୀ।

ଅଧିକ ପଢ଼ନ୍ତୁ :  ବରୀରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ! ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ!


 ଘରେ ପଶି ଟାଣି ନେଇ ମାଡ଼ ମାରୁଛନ୍ତି ଦୁବୃର୍ତ୍ତ। ମହିଳାଙ୍କୁ ବିଚ୍‌ ରାସ୍ତାରେ ପକାଇ ପିଟୁଛନ୍ତି। ଆଉ ଏଭଳି ସମ୍ବେଦନଶୀଳ ଘଟଣାରେ ଦୁଇଦୁଇ ଥର ଅଭିଯୋଗ ପରେ ବି ପୁଲିସ୍‌ ସନ୍ତୋଷଜନକ ପଦକ୍ଷେପ ନେଇପାରୁନି। ଫଳରେ ଲୋକ ପୁଲିସକୁ  ଭରସା କରିପାରୁନାହାନ୍ତି। ତୁରନ୍ତ ପୁଲିସ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣା ନେଇ ଚେତାବନୀ ଦେଇଛନ୍ତି ଶତାଧିକ ମହିଳା। ବରୀରେ ବିପର୍ଯ୍ୟସ୍ତ  ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। ଆପରାଧିକ କାର୍ଯ୍ୟକଳାପ  ବୃଦ୍ଧି ପାଉଛି। ଯାହା ବରୀ ପୁଲିସର କାର୍ଯ୍ୟଦକ୍ଷତା  ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe