କନକ ବ୍ୟୁରୋ: ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୧୭ରେ ଜନ୍ମଦିନ ଅବସରରେ, ଏହି ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ କରିବେ। ଏଥିପାଇଁ ବିଜେପି ଦଳ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
- ଅଙ୍ଗନୱାଡି ଜରିଆରେ ଦିଆଯିବ ଫର୍ମ
- ଉଭୟ ଅଫଲାଇନ ଓ ଅନଲାଇନରେ କରିପାରିବେ ଆବେଦନ
ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଫର୍ମ ଯୋଗାଇ ଦିଆଯିବ। ରାଜ୍ୟର ୭୪ ହଜାର ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଫର୍ମ ବଣ୍ଟାଯିବ। ସେହି ଫର୍ମ ଜରିଆରେ ହିତାଧିକାରୀ ଆବେଦନ କରିପାରିବେ। ଅନଲାଇନରେ ମଧ୍ୟ ସୁଭଦ୍ରା ଯୋଜନାରୁ ଲାଭ ପାଇବା ପାଇଁ ଆବେଦନ କରିପାରିବେ। ଏହି ଯୋଜନାରେ କୋଟିଏ ୮ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।
ସରକାର ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ୍ ଆଣିବା ପରେ ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି। ତେବେ ଜାରି ହୋଇଥିବା ଗାଇଡଲାଇନରେ କିଛିଟା କୋହଳ କରିବାକୁ ଅନୁରୋଧ କରିଛନ୍ତି ଆଶାୟୀ । ସୂଚନାଯୋଗ୍ୟ ଯେ, ସୁଭଦ୍ରା ଯୋଜନାରେ ୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ମହିଳାଙ୍କୁ ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। କିନ୍ତୁ ସରକାରୀ ଚାକିରିଆ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)