ଦିଲ୍ଲୀ ଏମ୍ସରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବଟ୍ ଲଞ୍ଚ,  ରୋବୋଟିକ୍ ସର୍ଜରୀର ତାଲିମ ନେବେ ଡାକ୍ତର ଏବଂ ଡାକ୍ତରୀ ଛାତ୍ର

ଦେଶରେ ଆହୁରି ବ୍ୟାପକ ହେବ ଆଧୁନିକ ଶଲ୍ୟଚିକିତ୍ସା କୌଶଳ । ରୋଗୀଙ୍କ ସହ ଉପକୃତ ହେବେ ସ୍ୱାସ୍ଥ୍ୟକର୍ମୀ ।

ରୋବଟିକ୍ ସର୍ଜରୀର ବରଦାନ

ରୋବଟିକ୍ ସର୍ଜରୀର ବରଦାନ Photograph: (KanakNews)

କନକ ବ୍ୟୁରୋ:  ଦିଲ୍ଲୀ ଏମ୍ସର ଦକ୍ଷତା, ଶିକ୍ଷା ଏବଂ ତାଲିମ କେନ୍ଦ୍ରରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବୋଟ୍ ଲଞ୍ଚ କରିଛି । ଏହି ପ୍ରଯୁକ୍ତିବିଦ୍ୟା ଏବେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନଙ୍କୁ ରୋବୋଟିକ୍ ସର୍ଜରୀରେ ତାଲିମ ଦେବା ପାଇଁ ବ୍ୟବହାର କରାଯିବ । ଦେଶର ପ୍ରଥମ ସରକାରୀ ମେଡିକାଲ୍ କଲେଜ ଭାବେ ଦିଲ୍ଲୀ ଏମ୍ସରେ ଏହି ରୋବୋଟକୁ ତାଲିମ ପ୍ରଦାନ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ଡାକ୍ତରମାନଙ୍କୁ ଏପରି ତାଲିମ ପାଇଁ ବିଦେଶକୁ ଯିବାକୁ ପଡୁଥିଲା ଏବଂ ବିପୁଳ ପରିମାଣରେ ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ଦିଲ୍ଲୀ ଏମ୍ସ ଦେଶରେ ଏହି ସୁବିଧା ଉପଲବ୍ଧ କରାଇ ଡାକ୍ତରୀ ଶିକ୍ଷାକୁ ଏକ ନୂଆ ଦିଶା ଦେଖାଇଛି । ସ୍ୱାସ୍ଥ୍ୟ ସେବା ଏବଂ ଆଧୁନିକ ସର୍ଜରୀ ପ୍ରଯୁକ୍ତିବିଦ୍ୟାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । 

ଦିଲ୍ଲୀ ଏମ୍ସରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବୋଟ୍ ଲଞ୍ଚ
ରୋବୋଟିକ୍ ସର୍ଜରୀର ତାଲିମ ନେବେ ଡାକ୍ତର ଏବଂ ଡାକ୍ତରୀ ଛାତ୍ର
ଡାକ୍ତରମାନଙ୍କୁ ବିଦେଶ ଯାଇ ମହଙ୍ଗା ତାଲିମ ନେବାର ଆବଶ୍ୟକତା ପଡ଼ିବ ନାହିଁ
ରୋବୋଟିକ୍ ସର୍ଜରୀ ଅସ୍ତ୍ରୋପଚାର କରିବାର ପଦ୍ଧତିକୁ ପରିବର୍ତ୍ତନ କରିଛି
ଏହି କୌଶଳ ଅସ୍ତ୍ରୋପଚାରକୁ ଅଧିକ ସଠିକ୍, ନିୟନ୍ତ୍ରିତ ଏବଂ ସ୍ପଷ୍ଟ କରିବ
ରୋଗୀମାନେ ସୁରକ୍ଷିତ ଏବଂ ଆଧୁନିକ ଅସ୍ତ୍ରୋପଚାରର ସୁବିଧା ପାଇବେ
ଅଧିକରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ  ମଧ୍ୟ ଏହି ସୁବିଧାର ଲାଭ ଉଠାଇପାରିବେ
ଏହି ପଦକ୍ଷେପ ଚିକିତ୍ସା ଶିକ୍ଷା ଭିତ୍ତିଭୂମି ନୂତନ ଶିଖରରେ ପହଞ୍ଚାଇବ
ସାରା ଦେଶରେ ଆଧୁନିକ ଶଲ୍ୟଚିକିତ୍ସା କୌଶଳ ଆହୁରି ବ୍ୟାପକ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe