କନକ ବ୍ୟୁରୋ : ଏବେ ଯୁଦ୍ଧ ବିମାନ ରାଫେଲ ନିର୍ମାଣ କରିବାକୁ ଭାରତକୁ ଆଉ ଅନ୍ୟ ଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିବନି । ରାଫେଲ ବିମାନ ନିର୍ମାଣ ନେଇ ଏଥର ଫ୍ରାନ୍ସର ପ୍ରତିରକ୍ଷା ଯନ୍ତ୍ର ନିର୍ମାଣ କରୁଥିବା ଦାସଲ୍ଟ ଏଭିଏସନ ଓ ଭାରତର ଟାଟା ଆଡଭାନ୍ସଡ ଲିମିଟେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତର ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ରାଫେଲ ଯୁଦ୍ଧ ବିମାନ ନିର୍ମାଣ ସମ୍ବନ୍ଧରେ ଚାରୋଟି ପ୍ରଡକ୍ସନ ଟ୍ରାନ୍ସଫର GMâòùc
ଏହି ଚୁକ୍ତି ମୁତାବକ ଟାଟା ଆଡଭାନ୍ସଡ୍ ସିଷ୍ଟମ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ପ୍ରଡକ୍ସନ ସୁବିଧା ସମ୍ପର୍ଣ୍ଣ କେନ୍ଦ୍ର ସ୍ଥାପନ କରିବ । ଯେଉଁଠାରେ ରାଫେଲ ଜେଟର ପ୍ରମୁଖ ଅଂଶଗୁଡିକ ଯଥା, ରିୟର ଫ୍ୟୁଜେଲେଜର ଲେଜେରାଲ ସେଲ୍ଫ, ସମ୍ପୂର୍ଣ୍ଣ ପଛ ଭାଗ, ସେଣ୍ଟ୍ରାଲ ଫ୍ୟୁଜେଲେଜ ଏବଂ ଫ୍ରଣ୍ଟ ସେକ୍ସନ ନିର୍ମାଣ କରାଯିବ ।
ଦାସଲ୍ଟ ଏଭିଏସନ ଷ୍ଟକ ଏକ୍ସଚେଞ୍ଜକୁ ନେଇଥିବା ବୟାନ ମୁତାବକ ଏହି ସୁବିଧା ଭାରତର ଏୟାରସ୍ପେସ ଢାଞ୍ଚାରେ ବଡ଼ ନିବେଶ ଓ ଉଚ୍ଚ ନିର୍ଦ୍ଦେଶିତ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାମ କରିବ । ଏହି ପ୍ଲାଣ୍ଟରେ ଫ୍ୟୁଜେଲେଜ୍ ନିର୍ମାଣ ଆର୍ଥିକ ବର୍ଷ ୨୦୨୮ ରୁ ଆରମ୍ଭ ହୋଇପାରେ ବୋଲି ଆକଳନ କରାଯାଉଛି ।